ଭୋପାଳ : ମଧ୍ୟପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ହେଉଛନ୍ତି ଉଷା ଠାକୁର । ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ ଭାବେ ଜଣାଶୁଣା ଏହି ବିଜେପି ନେତ୍ରୀ । ତେବେ ଏଇ କରୋନା କାଳରେ ସେ କେବେବି ମାସ୍କ ବ୍ୟବହାର କରନ୍ତି ନାହିଁ । ଏନେଇ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ପର୍ଯ୍ୟଟନ ମନ୍ତ୍ରୀ ତାଙ୍କ ମୁହଁରେ ଗୁଡ଼ା ହୋଇଥିବା ଗାମୁଛାକୁ ଦେଇ ଦେଲେ । ଆଉ କହିଲେ, ମୋ ଗାମୁଛା ଆଗରେ ତୁମ ମାସ୍କ କିଛି ବି ନୁହେଁ । ଏହା ମାସ୍କ ଠାରୁ ଚାରିଗୁଣ ଅଧିକ ଶକ୍ତିଶଳୀ । ଆହୁରି ମଧ୍ୟ ମନ୍ତ୍ରୀ ଉଷା ଠାକୁର କହିଛନ୍ତି କି, ମୁଁ ଗତ ୩୦ ବର୍ଷ ହେଲା ସୁର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଅଗ୍ନିହୋତ୍ର କରୁଛି । ତେଣୁ ମୋର ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଧିକ । ଆଜି ସେ ମଧ୍ୟପ୍ରଦେଶର ଖାଣ୍ଡୱା ଅଞ୍ଚଳକୁ ଗସ୍ତରେ ଯାଇଥିବା ବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏକଥା କହିଥିଲେ । ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ କୌଣସି ବି ସାର୍ବଜନିକ ସାଧାରଣ ସଭାରେ ମଧ୍ୟ ମାସ୍କ ପରିଧାନ କରନ୍ତି ନାହିଁ । ତେଣୁ ତାଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ କରାଯାଇଛି ।