30.1 C
Bhubaneswar
Sunday, September 29, 2024
Homeଓଡିଶାମାର୍ଚ୍ଚ ୧୭ରୁ ହୀରାକୁଦ ମହୋତ୍ସବ: ଦୁଲୁକିବ ମଞ୍ଚ, ଝୁମିବେ ଦର୍ଶକ

ମାର୍ଚ୍ଚ ୧୭ରୁ ହୀରାକୁଦ ମହୋତ୍ସବ: ଦୁଲୁକିବ ମଞ୍ଚ, ଝୁମିବେ ଦର୍ଶକ

ଭୁବନେଶ୍ୱର: ଦୁଲୁକିବ ହୀରାକୁଦ । ଝୁମିବେ ଦର୍ଶକ । ପ୍ରଥମ କରି ପଶ୍ଚିମ ଓଡ଼ିଶାରେ ଆୟୋଜିତ ହେଉଛି ଏକ ଜାତୀୟସ୍ତରୀୟ ସାଂସ୍କୃତିକ ଉତ୍ସବ ହୀରାକୁଦ ମହୋତ୍ସବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଏହି ଉତ୍ସବ ଜବାହର ଉଦ୍ୟାନ, ହୀରାକୁଦଠାରେ ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚ ୧୭ରୁ ୧୯ ତାରିଖ ପର‌୍ୟ୍ୟନ୍ତ ପ୍ରତି ସନ୍ଧ୍ୟା ୭ଟାରୁ ୯ଟା ପର‌୍ୟ୍ୟନ୍ତ ବିଭିନ୍ନ ନୃତ୍ୟ, ଗୀତ ପରିବେଷଣ କରାଯିବ । ସର୍ବଭାରତୀୟସ୍ତରରେ ସ୍ୱୀକୃତି ପାଇଥିବା ବିଶିଷ୍ଟ ଶିଳ୍ପୀମାନେ ଏଥିରେ ସାମିଲ ହେବେ ବୋଲି ଏକାଡେମୀ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି ।
୧୭ ତାରିଖ ତଥା ପ୍ରଥମ ସନ୍ଧ୍ୟାରେ କୋଲକାତାର ଶର୍ମିଳା ବିଶ୍ୱାସ ଓ ସାଥୀ ଓଡ଼ିଶୀ ନୃତ୍ୟ, ଚେନ୍ନାଇର ରମା ବୈଦ୍ୟନାଥନ ଓ ସାଥୀ ଭାରତନାଟ୍ୟମ୍ ନୃତ୍ୟ, ସମ୍ବଲପୁରର ରଞ୍ଜନକୁମାର ସାହୁ ଓ ସାଥୀ ସମ୍ବଲପୁରୀ ଲୋକ ନୃତ୍ୟ ଓ ସଙ୍ଗୀତ, ନୂଆଦିଲ୍ଲୀର ଅନୁପ ରଞ୍ଜନ ପାଣ୍ଡେ ଓ ସାଥୀ ଲୋକନୃତ୍ୟ(ବସ୍ତର ବ୍ୟାଣ୍ଡ୍) ଏବଂ ରାୟଗଡ଼ାର ଜେ. ସୁକାନ୍ତ ଓ ସାଥୀ ଲୋକ ନୃତ୍ୟ ପ୍ରଦର୍ଶନ କରିବେ ।ସେହିପରି ୧୮ ତାରିଖ ତଥା ଦ୍ୱିତୀୟ ସନ୍ଧ୍ୟାରେ ପୁନେର ଶାମା ଭଟେ ଓ ସାଥୀ କଥକ ନୃତ୍ୟ, କଟକର ଜ୍ୟୋତ୍ସ୍ନା ସାହୁ ଓ ସାଥୀ ଓଡ଼ିଶୀ ନୃତ୍ୟ, ବଲାଙ୍ଗୀର ବାସୁଦେବ ସ ଓ ସାଥୀ ଲୋକ ନୃତ୍ୟ, ଗଞ୍ଜାମ ଖେମୁଣ୍ଡି ଲୋକ କଳା ଏକାଡେମୀର ଏସ୍. କ୍ଷୀରୋଦ ଦୋରା ଓ ସାଥୀ ଲୋକ ନୃତ୍ୟ, ଝାଡ଼ଖଣ୍ଡର ସଞ୍ଜୟ ଶର୍ମା ଓ ସାଥୀ ଲୋକ ନୃତ୍ୟ ପରିବେଷଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking