ଢେଙ୍କାନାଳ : ଜିଲ୍ଲାରେ ଗତ କିଛି ଦିନ ବ୍ୟବଧାନ ପରେ ପୁନର୍ବାର ହାତୀ ପଲ ଦେଖିବାକୁ ମିଳିଛି । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଅଂଚଳବାସୀ । ମିଳିଥିବା ସୁଚନା ମୁତାବକ ଢେଙ୍କାନାଳ ସହର ଉପକଣ୍ଠରେ ଥିବା ବୋରାପଦା ଗ୍ରାମର ଗହମଖୁଂଟି ଅଚଂଳରେ ଏହି ହାତୀ ପଲ ଦେଖିବାକୁ ମିଳିଥିଲା । ହାତୀପଲ ଗହମଖୁଂଟି ଗ୍ରାମ ପାଖରେ ନୁତନ ଭାବେ ଖୋଳାଯାଇଥିବା ପୋଖରୀରେ ଗାଧୋଉଥିବା ବେଳେ ଗ୍ରାମବାସୀ ଦେଖିଥିଲେ । ଏହି ହାତୀ ପଲଙ୍କ ମଧ୍ୟରେ ଦୁଇ ବିରାଟକାୟ ଦନ୍ତାହାତୀ ରହିଥିବା ଜଣାପଡିଛି । ଏହି ହାତୀପଲଗୁଡିକ ଉକ୍ତ ଅଚଂଳରେ ଥିବା ଏକ ରଗଡା ଉପରେ ରହିଛନ୍ତି । ବୋରାପଦା ତଥା ନିକଟରେ ଥିବା ଗ୍ରାମ କାଇଁଶ, ସଙ୍ଖୁଆ, ଗୋବିନ୍ଦପୁର, କୁକୁଡାଝର, ହୁଣ୍ଡିସାହି, କୁଶୁପଦା ଆଦି ଅଚଂଳରେ ଉପଦ୍ରବ କରୁଥିବାରୁ ସ୍ଥାନୀୟ ଆତଙ୍କିତ ଥିବା ଜଣାପଡିଛି । ଫଳରେ ଅଚଂଳବାସୀ ହାତୀପଲଙ୍କ ଭୟରେ ଆତଙ୍କିତ ହୋଇ ସଂଧ୍ୟା ହେଲେ ପଦାକୁ ବାହାରୁ ନାହାନ୍ତି ।