ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ତୁମୁସିଂହା ସେବା ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରୁ ଚଳିତ ଖରିଫ ଧାନ ବିକ୍ରି କରି ପାରିନଥିବା ଚାଷୀ ମାନଙ୍କୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ସରୋଜ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ସଭାପତି ଶ୍ରୀଯୁକ୍ତ ଦୁର୍ଗା ଚରଣ ମିଶ୍ର ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଚାଷୀ ମାନେ ନିଜର ନାମ ପଞ୍ଜିକରଣ କରିଥିଲେ ହେଁ ରାଜ୍ୟ ସରକାରଙ୍କ ନିଯୁକ୍ତ ଅସାଧୁ କର୍ମଚାରୀଙ୍କ ଯୋଗୁଁ ମଣ୍ଡିରେ ଧାନ ବିକ୍ରି କରିପାରିଲେ ନାହିଁ । ଉକ୍ତ ବୈଠକରେ କବି ବାହାଦୁର ପାଟସାହାଣି, ପଙ୍କଜ କୁମାର ନାୟକ, ପ୍ରଦୀପ କୁମାର ସାହୁ ଓ ପ୍ରମୋଦ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ ବିକ୍ରି କରିପାରିନଥିବା ତୁମସିଂହା ସେବା ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀମାନେ ଅଂଶ ଗ୍ରହଣ କରିବା ସହିତ ଅସାଧୁ କର୍ମଚାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ଲିଖିତ ଅଭିଯୋଗ ଦାଖଲ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲ । ଏଥିପାଇଁ ଗୋଟିଏ ୧୦ ଜଣିଆ କମିଟି ଗଠନ କରାଯାଇଛି । କମିଟିରେ ଚନ୍ଦ୍ର ଶେଖର ସାହୁ, ସୋମନାଥ ପରିଡା, ଶିବ ପ୍ରସାଦ ପଣ୍ଡା, ବ୍ରଜ ବିହାରୀ ସାହୁ, ମିଥିୁନ ସାହୁ, ଧ୍ରୁବଚରଣ ରାଉତ, ଅନ୍ତର୍ଯ୍ୟାମି ବେହେରା, ଧ୍ରୁବଚରଣ ରାଉତ, ରମେଶ ଚନ୍ଦ୍ର ସାହୁ, ସାନ୍ତନୁ ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦସ୍ତଖତ ସମ୍ମିଳିତ ଏକ ଦରଖାସ୍ତ ଏହି କମିଟି ମାଧ୍ୟମରେ ଭିଜିଲାନ୍ସ , ଉଚ୍ଚ ନ୍ୟାୟଳୟ, ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭେନ୍ସକୁ ପଠାଇବାକୁ ନିଷ୍ପତି ନିଆଯାଇଥିଲା । ଶେଷରେ ଜିତେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିବା ସହି ସଭା ସାଙ୍ଗ କରିଥିଲେ ।