30.1 C
Bhubaneswar
Monday, May 20, 2024
Homeଓଡିଶାକାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ

କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତାଳବରକୋଟ ପଂଚାୟତରେ ରହିଛି ସିଆରିଆ ଗ୍ରାମ । ଏହି ଗ୍ରାମରେ ପଚାଂୟତର ୫ଟି ୱାର୍ଡର ୨ ହଜାରରୁ ଅଧିକା ଲୋକ ବାସ କରିଥା’ନ୍ତି । ଗ୍ରାମରେ ପାନୀୟଜଳ ସମସ୍ୟାକୁ ଦୂର କରିବା ନିମନ୍ତେ ଜଳଯୋଗାଣ ବିଭାଗ ପକ୍ଷରୁ ଗୋଟିଏ ପ୍ରକଳ୍ପ ନିର୍ମାଣ କରାଯାଇଛି । ମାତ୍ର ସରକାରଙ୍କ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପଟି ଏବେ କାମରେ ଲାଗୁନି । କିଛି ମାସ ପୁର୍ବେ ଏହି ପ୍ରକଳ୍ପ କାର୍ଯ୍ୟ ବିଧିବଧ ଭାବେ ଶେଷ ହୋଇ ପରୀକ୍ଷାମୁଳକ ଭାବେ ପାଣି ଛଡାଯାଇଥିଲା । ଇତି ମଧ୍ୟରେ ପ୍ରକଳ୍ପରୁ ପ୍ରତି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉ ନଥିବା ଗ୍ରାମ ଯୁବକ ସଂଘ ସଭାପତି ଚିନ୍ତାମଣି ମହାନ୍ତି ଅଭିଯୋଗ କରିଛନ୍ତି । ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନଥିବାରୁ ସ୍ଥାନୀୟ ଅଚଂଳରେ ଦିନକୁ ଦିନ ପାନୀୟଜଳ ସମସ୍ୟା ଦେଖାଦେଉଛି । ଗ୍ରାମ ମଧ୍ୟରେ ଗୋଟିଏ ଖୋଲା କୁଅ ଉପରେ ନିର୍ଭର କରି ଗ୍ରାମବାସୀ ଚଳିଥାନ୍ତି । ପ୍ରତି ଦିନ ପାଣି ପାଇଁ ଏହି କୁଅ ନିକଟରେ ଧାଡି ଲମ୍ବାଉଛନ୍ତି । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ସ୍ତର କମିବାରେ ଲାଗିଲାଣି । ପାନୀୟଜଳ ସମସ୍ୟାର ସମାଧାନ କରିବା ଓ ଅକାମୀ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking