30.1 C
Bhubaneswar
Sunday, June 16, 2024
Homeଓଡିଶାଢେଙ୍କାନାଳ ସୁରକ୍ଷା ସମିତି ପକ୍ଷରୁ ଦୁର୍ନିତୀର ପ୍ରତିବାଦ

ଢେଙ୍କାନାଳ ସୁରକ୍ଷା ସମିତି ପକ୍ଷରୁ ଦୁର୍ନିତୀର ପ୍ରତିବାଦ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବେଆଇନ୍ ଖଣି ଖାଦନ, ବାଲିଘାଟ, ମୋରମ ଚାଲାଣ ଏବଂ ସରକାରୀ ସ୍ଥରରେ ଦେବତର ବିଭାଗ ଜମି ଦୁର୍ନୀତି ବଢିବାରେ ଲାଗିଛି । ଏହି ଦୁର୍ନିତୀକୁ ପ୍ରତିବାଦ କରିବା ସ୍ୱରୁପ ଢେଙ୍କାନାଳ ସୁରକ୍ଷା ସମିତି ତରଫରୁ ସଂପୃକ୍ତି ଥିବା ଅଧିକାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏହାର ପ୍ରତିବାଦରେ ଗତକାଲି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ କର୍ମକର୍ତା । ମିଳିଥିବା ସୁଚନାରୁ, ଗତ କିଛି ଦିନ ତଳେ ଢେଙ୍କାନାଳ ସହର ଉପଖଣ୍ଡର ରାମେଶ୍ୱରପୁର ଅଚଂଳରେ ଥିବା ସାନସାଠିଏ ବାଟିଆ ମୈାଜାର କିସମ ପରିବର୍ତନ କରାଇବା ସଂପର୍କରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି ସେପ୍ଟେମ୍ବର ୨୦୨୦ ମସିହାରେ ପୁର୍ବତନ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଚିଠି ପାଇ ମଧ୍ୟ ଏହି ଦୁର୍ନିତୀର ତଦାରଖ କରାନଯାଇ ଚିଠିଟିକୁ ଚାପି ଦିଆଯାଇଥିଲା । ଏହାର ନିରପେକ୍ଷ ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସରକାରୀ ଦାୟିତ୍ୱରୁ ହଟାଇବା ପାଇଁ ଦାବି କରାଯାଇଛି । ତେବେ ଉକ୍ତ ଜଳାଶୟ ଜମିରେ ଗଢିଉଠିଥିବା ସମସ୍ତ ବାସଗୃହକୁ ଉଚ୍ଛେଦ କରିବା ଦାବିରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଇବା ପାଇଁ ଅଭିନବ ଉପାୟରେ ପ୍ରତିବାଦ ସ୍ୱରୁପ ହୋମ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking