20.1 C
Bhubaneswar
Monday, November 18, 2024
Homeଓଡିଶାସମସ୍ୟା ଘେରରେ ଢେଙ୍କାନାଳ ମହାବିଦ୍ୟାଳୟ

ସମସ୍ୟା ଘେରରେ ଢେଙ୍କାନାଳ ମହାବିଦ୍ୟାଳୟ

ଢେଙ୍କାନାଳ : ଢେଙ୍କାନାଳ ସଦର ମହକୁମାରେ ଥିବା ଦିର୍ଘ ୬୦ ବର୍ଷର ସ୍ୱୟଂ ଶାସିତ ମହାବିଦ୍ୟାଳୟ ନାନା ସମସ୍ୟା ଭିତରେ ଗତି କରୁଛି । ମହାବିଦ୍ୟାଳୟରେ ଅଧାରୁ ଅଧିକା ଅଧ୍ୟାପକ ପଦ ଖାଲି ପଡିଛି । ମହା ବିଦ୍ୟାଳୟ ପରିସରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ଛାତ୍ରାବାସ କାମରେ ଆସୁନି । ଏବେବି ଛାତ୍ର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ସର୍ବପୁରାତନ ମହାବିଦ୍ୟାଳୟ ଭାବେ ଢେଙ୍କାନାଳ ବିଦ୍ୟାଳୟ ୧୯୫୯ ମସିହାରେ ସ୍ଥାପନ ହୋଇଥିଲା । ଏବେବି ବିଦ୍ୟାଳୟରେ ୬୦ ରୁ ଅଧିକା ଅଧ୍ୟାପକ ପଦ ଖାଲି ପଡିଥିବା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ।

ବିଦ୍ୟାଳୟରେ ଅଧ୍ୟକ୍ଷ ଅବସର ନେବା ପରେ ତାଙ୍କ ପଦ ଖାଲି ରହିଥିବା ବେଳେ ଇଂରାଜୀ ବିଭାଗର ୭ ଟି ପଦରୁ ୫ ଟି ଖାଲି ଥିବା ଜଣାପଡିଛି । ସେହିପରି ଓଡିଆ ବିଭାଗରେ ୨ଟି, ଅର୍ଥନୀତି ବିଭାଗରେ ୨ଟି, ଇତିହାସ ବିଭାଗରେ ୪ଟି, ରାଜନୀତି ବିଭାଗରେ ୨ଟି, ଗଣିତ ବିଭାଗରେ ୨ଟି, ପଦାର୍ଥ ବିଗ୍ୟାନରେ ଗୋଟିଏ, ରସାୟନ ବିଗ୍ୟାନ ବିଭାଗରେ ୫ଟି ପଦ ଖାଲି ରହିଥିବା ବେଳେ ସଂସ୍କୃତ ବିଭାଗରେ କେହି ନଥିବା ଜଣାପଡିଛି । ବିଦ୍ୟାଳୟାରେ ନନ୍ ଟିଚିଂ ପଦ ବହୁତ ଖାଲି ପଡିଥିବା ବେଳେ ମୁଖ୍ୟ କିରାଣୀ ପଦ ଦିର୍ଘ ଦିନ ହେଲା ଫାଙ୍କା ରିହିଛି । ବରିଷ୍ଠ କିରାଣୀ ଜାଗାରେ ୪ଟି, ଡେମୋନଷ୍ଟ୍ରଟରରେ ୧୪ଟି , ଜୁନିୟନ ମେକାନିକ୍‌ରେ ୨ଟି, ଷ୍ଟୋର କିପର ୩ଟି ପଦ ଖାଲି ପଡିଥିବା ବେଳେ ଆର୍ଟିଷ୍ଟ ବିଭାଗେରେ କେହି ନଥିବା ଜଣାପଡିଛି ।

ଏବେବି ମହାବିଦ୍ୟାଳୟରେ କେହି ବି ଖେଳ ଶିକ୍ଷକ ନାହାନ୍ତି । ଅନ୍ୟ ବିଭାଗର କର୍ମଚାରୀ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଦିର୍ଘ ଦିନ ହେଲା ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ କ୍ରମେ ବିଦ୍ୟାଳୟରେ ଗୋଟିଏ ନୂତନ ଛାତ୍ରାବାସ ନିର୍ମାଣ ପାଇଁ ପୂର୍ତ ବିଭାଗ ନିଷ୍ପତି ନେଇଥିଲା । ପ୍ରାୟ ୪.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଛାତ୍ରବାସଟି କାମରେ ଲାଗୁନଥିବା ଯୋଗୁଁ ଛାତ୍ରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟର ସମସ୍ୟା କେବେ ଦୁର ହେଉଛି ତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଜିଲ୍ଲାବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking