30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜଧାନୀର ୩ଟି ଡ୍ୟାନ୍ସ ବାର୍ ସିଲ୍‌, ୪ଟିକୁ ନୋଟିସ୍‌

ରାଜଧାନୀର ୩ଟି ଡ୍ୟାନ୍ସ ବାର୍ ସିଲ୍‌, ୪ଟିକୁ ନୋଟିସ୍‌

ଭୁବନେଶ୍ୱର: ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତିରେ ରାଜଧାନୀର ଏକାଧିକ ବାର୍ ଉପରେ ଚଢ଼ଉ ହୋଇଛି । କେତେକ ବାର୍ କୋଭିଡ୍ କଟକଣାକୁ ବେଖାତିର କରି ରାତି ୧୦ଟା ପରେ ଖୋଲିଥିବାବେଳେ ଅନ୍ୟ କିଛି ବାର୍ ବିନା ଲାଇସେନ୍ସରେ ଡ୍ୟାନ୍ସ ଫ୍ଲୋର୍ ଚଳାଉଥିଲେ । ଏହିସବୁ ଯାଞ୍ଚ କରିବା ପରେ ଅବକାରୀ ବିଭାଗ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ତେବେ ସମୁଦାୟ ୩ଟା ବାର୍‌କୁ ସିଲ୍ କରାଯାଇଥିବାବେଳେ ୪ଟି ବାର୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁଯାୟୀ, ରାଜଧାନୀର କଟକ ରୋଡ୍ ସ୍ଥିତ ଲିଭ୍‌-ଇଟ୍ ଅପ୍‌, ନସା ଓ ଏକାମ୍ର ଡ୍ୟାନ୍ସ ବାର୍ ବିନା ଲାଇସେନ୍ସରେ ଚାଲୁଥିଲା । ଏହି ଡ୍ୟାନ୍ସ ବାର୍ ମାଲିକଙ୍କ ପାଖରେ ଲାଇସେନ୍ସ ନଥିବା ସତ୍ତ୍ୱେ ସେମାନେ ବାର୍‌ରେ ଡ୍ୟାନ୍ସ ଫ୍ଲୋର୍ ଚଳାଇ ଆସୁଥିଲେ ।

ତେଣୁ ଏହି ବାର୍ ଗୁଡ଼ିକ ଅବକାରୀ ବିଭାଗ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏଥିସହ ଉକ୍ତ ବାର୍ ଗୁଡ଼ିକରେ ନାଚୁଥିବା ୨୦ରୁ ଊର୍ଦ୍ଧ୍ୱ ବଙ୍ଗୀୟ ଯୁବତୀଙ୍କୁ ଅବକାରୀ ବିଭାଗର ଅଧିକାରୀମାନେ ପଚରାଉଚରା କରି ଛାଡ଼ିଦେଇଛନ୍ତି । ସେହିପରି କଟକ ରୋଡ୍‌ରେ ଥିବା ସେଲ୍ଫି, ଅଶୋକା ବାର୍ ଏବଂ ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସି ବାର୍‌, ୟୁନିଟ୍‌-୮ସ୍ଥିତ ଅଜିତ୍ ବାର୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ( ଅର୍ଥାତ୍ ବନ୍ଦ ସମୟ ଠାରୁ ଅଧିକ) ଗ୍ରାହକ ମଦ ପିଉଥିଲେ । କୋଭିଡ୍ ନିୟମ ଉଲ୍ଲଙ୍ଘନ କରାଯାଇ ମାତ୍ରାଧିକ ଲୋକଙ୍କୁ ମଦ ପରସାଯାଉଥିଲା । ଏହି କାରଣରୁ ଉପରୋକ୍ତ ୪ଟି ବାର୍‌କୁ କାରଣ ଦର୍ଶାଅ ନୋଟିିସ୍ ଜାରି କରାଯାଇଛି ।

ଏଥିସହ ଏହି ବାର୍ ଗୁଡ଼ିକ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନୀଷ ହତ୍ୟାକାଣ୍ଡ ପରେ ପାତ୍ରପଡ଼ାର ସାଉଥ୍ ସିଟି ବାର୍ ବିନା ଲାଇସେନ୍ସରେ ଚାଲୁଥିବା ଜଣାପଡ଼ିଥିଲା । ଏମିତିକି ରାଜଧାନୀରେ ଏକାଧିକ ବାର୍ ବିନା ଲାଇସେନ୍ସରେ ଚାଲୁଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ କଟକ ଫ୍ଲାଇଂସ୍କ୍ୱାଡ୍ ଓ ଭୁବନେଶ୍ୱର ଅବକାରୀ ଟିମ୍ ପକ୍ଷରୁ ବାର୍ ଗୁଡ଼ିକରେ ଚଢ଼ଉ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking