ବରଗଡ଼: ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିଲେ ଯୁବତୀ । ୪୮ ଘଣ୍ଟା ପରେ ଜଙ୍ଗଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଯୁବତୀ । ବରଗଡ଼ କୁର୍ଲା ଜଙ୍ଗଲ ମଧ୍ୟରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଜଙ୍ଗଲ ମଧ୍ୟରେ ଅତି ଗୁରୁତର ଅବସ୍ଥାରେ ପଡ଼ିରହି ୪୮ ଘଣ୍ଟା ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ଯୁବତୀ ଜଣକ ମାନସିକ ସନ୍ତୁଳନ ହରାଇ ବସିଛନ୍ତି । ତାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି ।