30.1 C
Bhubaneswar
Saturday, October 5, 2024
Homeଓଡିଶାଧାମନଗର ଉପନିର୍ବାଚନ: ପୁଲିଂ ଅଫିସରଙ୍କ ମୃତ୍ୟୁ

ଧାମନଗର ଉପନିର୍ବାଚନ: ପୁଲିଂ ଅଫିସରଙ୍କ ମୃତ୍ୟୁ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଧାମନଗର ଉପନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୩୯ ନମ୍ବର ବୁଥର ପୁଲିଂ ଅଫିସର ହେଉଛନ୍ତି ନଟବର । ଏନେଇ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବନ୍ଦାଳ ସୂଚନା ଦେଇଛନ୍ତି । ତାଙ୍କର କହିବା ମୁତାବକ, ‘ଗତକାଲି ନଟବରଙ୍କ ଦେହ ଅସୁସ୍ଥ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସସିବି ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୁଲିଂ ଅଫିସରଙ୍କର ମୃତ୍ୟୁ ହୋଇଥିଲା ।’

ତେବେ ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସନ୍ଧ୍ୟା ୭ଟା ଯାଏଁ ଚାଲିବ । ମୋଟ୍ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି । ମୋଟ୍ ୨୫୨ଟି ବୁଥରେ ମତଦାନ ଚାଲିଛି । ୧୧୦ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୫ଟି ମଡେଲ୍ ବୁଥ୍ ଓ ୫ଟି ପିଙ୍କ୍ ବୁଥ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking