30.1 C
Bhubaneswar
Saturday, October 5, 2024
Homeଓଡିଶାଧାମନଗର ଉପନିର୍ବାଚନ: ଭଦ୍ରକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ଧାମନଗର ଉପନିର୍ବାଚନ: ଭଦ୍ରକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ଆଦର୍ଶ ଆଚରଣବିଧି ଉଲଂଘନ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏବଂ ବିଶେଷ କରି ରାଜନୈତିକ ଦଳ ଦ୍ୱାରା ପ୍ରଚାର ସମୟରେ ଆଦର୍ଶ ଆଚରଣବିଧି ଉଲଂଘନ ନେଇ ଆସିଥିବା ଅଭିଯୋଗର ତର୍ଜମା ଓ ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଭଦ୍ରକ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଭଦ୍ରକ ଏସ୍‌ପି ଚିରାଗ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । ଉପନିର୍ବାଚନ କାର୍ଯ୍ୟ ପରିଚାଳନା ପ୍ରସ୍ତୁତି, ଆଇନଶୃଙ୍ଖଳା, ବିଭିନ୍ନ ଦିଗରେ ଧରପଗଡ଼, ଅଭିଯୋଗ ଆଧାରରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିଟି ଦିଗରେ ସମୀକ୍ଷା କରିଥିଲେ ।

ସଂପୃକ୍ତ ଦାୟିତ୍ୱରେ ଥିବା ଉଚ୍ଚପଦସ୍ଥ ଅଧିକାରୀ ତଥା ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ପଚାରି ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବୁଝିଥିଲେ ଏବଂ ଆବଶ୍ୟକ ସ୍ଥଳେ ସଠିକ୍‌ ପଦକ୍ଷେପ ନେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଭୋଟରମାନଙ୍କୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକ ଦେବା, ଟଙ୍କା ବାଣ୍ଟିବା, ପ୍ରଲୋଭନ ଦେଖାଇବା ଭଳି ଆଦର୍ଶ ଆଚରଣବିଧି ଉଲଂଘନଜନିତ ଅପରାଧର ସତ୍ୟତା ଥିଲେ ସେଥି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଧାରା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ପ୍ରଦାନ କରିଥିଲୋ ଆଦର୍ଶ ଆଚରଣବିଧି ଅବମାନନା ନେଇ ସଚେତନ ନାଗରିକମାନେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଚଳିତ ସିଭିଜିଲ ନାମକ ମୋବାଇଲଆପ୍‌ ଦ୍ୱାରା ସଂପୃକ୍ତ ଭିଡ଼ିଓ ଚିତ୍ର ଜିଲନିର୍ବାଚନ ଅଧିକାରୀମାନ ଙ୍କୁ ପ୍ରେର ଣ କରିପାରିବା ଓ ଅଭିଯୋଗ ସ୍ଥଳେ ୧୦୦ ମିନିଟ୍‌ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ବୈଠକରେ ସି.ଇ.ଓ ପ୍ରକାଶ କରିଥିଲେ ।

ମତଦାନ କେନ୍ଦ୍ର ପରିଚାଳନା ପାଇଁ ପୋଲିଂ ଦଳକୁ ତାଲିମ ପ୍ରଦାନ, ପୋଲିଂ ମେଟେରିଆଲ, ନଭେମ୍ବର ୧ରେ ବୁଥ୍‌କୁ ପୋଲିଂ ଦଳ ପ୍ରେରଣ, ମଡେଲ୍‌ ବୁଥ୍‌, ପିଙ୍କ୍‌ ବୁଥ୍‌, ଉତ୍ତେଜନାପ୍ରବଣ ବୁଥ୍‌, ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ସୁବିଧା, ଡାକ ଭୋଟ୍‌, ମତଦାନ ପାଇଁ ବାହନ ପାସ୍‌ ପ୍ରଦାନ ପାଇଁ ସଠିକ୍‌ ଚିହ୍ନଟ, ଅବକାରୀ ଓ ପୋଲିସ ବିଭାଗ ଦ୍ୱାରା ରୁଜୁ ହୋଇଥିବା ମୋକଦମା, ଧରପଗଡ଼, ଜବତ ପରିମାଣ, ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ବ୍ୟବସ୍ଥା, ମିଟିଂ, ପ୍ରଚାର ପାଇଁ ରାଜନୈତିକ ଦଳମାନଙ୍କୁ ସ୍ଥାନ ଓ ଯାନବାହାନ ନେଇ ଅନୁମତି ପ୍ରଦାନ, ଫ୍ଲାଇଂ ସ୍କ୍ୱାଡ୍‌ ଓ ଷ୍ଟାଟିଟିକ୍‌ ସର୍ଭେଲାନ୍ସ ସ୍କ୍ୱାର୍ଡର କାର୍ଯ୍ୟଧାରା ଓ ସେମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆଦି ସମ୍ବନ୍ଧରେ ସି.ଇ.ଓ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ସମସ୍ତ ବିଡ଼ିଓ, ତହସିଲଦାର, ସଂପୃକ୍ତ ନୋଡ଼ାଲ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି
ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସି.ଇ.ଓ ଗଣତି କେନ୍ଦ୍ର, ଡିସପରସାଲ୍‌ ସେଣ୍ଟର ପାଇଁ ଚାଲିଥିବା ପ୍ରସ୍ତୁତି କ୍ଷେତ୍ର ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking