ଭୁବନେଶ୍ୱର: ବିଜୁ ଲିଗାସୀ କଥା କହୁଥିବା ନେତାଙ୍କୁ ସିଧା ନିଶାନା କଲେ ପିସିସି ସଭାପତି ଭକ୍ତ ଦାସ । ବିଜେପି ଦୟାରେ ଥିବା ନେତା ନେତା ବିଜୁ ଲିଗାସୀ କଥା କହୁଛନ୍ତି କହିଲେ ଭକ୍ତ ଦାସ । ଯେଉଁମାନେ ବିଜୁଙ୍କ ଚିନ୍ତାଧାରାକୁ ମାନୁନଥିଲେ, ସେମାନେ ବିଜୁ କଥା କହୁଛନ୍ତି । ଯେଉଁମାନେ ବିଜୁ ଲିଗାସୀ କହୁଛନ୍ତି ସେମାନେ ତାଙ୍କ ଚିନ୍ତାଧାରାକୁ ଗ୍ରହଣ କରିଛନ୍ତି ତ? ବିଜୁ ପଟ୍ଟନାୟକଙ୍କ ବିଚାରଦାରାକୁ ଛାଡି ଲିଗାସୀ କଥା କହିବା ଠିକ ନୁହେଁ । ସୂଚନାଥାଉକି, ଆସନ୍ତା ୧୭ରେ ଏକାଠି ହେବେ ବିଜୁପ୍ରେମୀ । ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ ଦିନ ବଡ ସମ୍ମିଳନୀ କରିବେ ବିଜୁ ଲିଗାସୀ ନେତା । ଏଥିପାଇଁ ଜାଗା ଦେଖିବା ପାଇଁ ଓୟୁଏଟି ସମ୍ମିଳନୀ କକ୍ଷରେ ପହଞ୍ଚିଥିଲେ , ବରିଷ୍ଠ ନେତାଗଣ । ସେହିପରି ଗତକାଲି ନବୀନଙ୍କୁ କଟାକ୍ଷ କରି ସୋମ୍ୟ ରଞ୍ଜନ କହିଛନ୍ତି ଯେ ପୁଅମାନେ କେବଳ ଲିଗାସୀ ହେବେ । ଆଉ କେହି ହୋଇପାରିବେ ନାହିଁ । ଆମେ କାହିଁକି ବିଜୁ ଲିଗାସୀକୁ ଚୋରି କରିବାକୁ ଉଦ୍ୟମ କରିବୁ । ଲିଗାସୀ କାହାର କଣ ଜାଗୀଦାରି କି ବୋଲି ପ୍ରଶ୍ନ କରିଛନ୍ତି ସୋମ୍ୟ ପଟ୍ଟନାୟକ ।










