ଜଗତସିଂହପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଗତସିଂପୁର ଡେପୁଟି କଲେକ୍ଟର ଚିତରଂଜନ ପିଲ୍ଲାଙ୍କ ଠିକଟାରେ ଭିଜିଲାନ୍ସ ଅତର୍କିତ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍ପିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଛି। ଏଥିରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।