31.1 C
Bhubaneswar
Sunday, May 19, 2024
Homeଓଡିଶାରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ

ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ

ଭୁବନେଶ୍ୱର: ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ହେଉଛନ୍ତି ୨୭୬ । ଗତ ୩୦ ତାରିଖ ଠାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ପ୍ରସଙ୍ଗରେ ସେ କହିଛନ୍ତି, ମୃତ୍ୟୁ ଘରୋଇ ହସ୍ପିଟାଲରେ ହୋଇଥିବ । ଏନେଇ ରିପୋର୍ଟ ଆସିନାହିଁ । ଶୈଳେଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଡେଙ୍ଗୁ କ୍ରମଶଃ ଅଣାୟତ ହେବାରେ ଲାଗିଛି । ପ୍ରତିଦିନ ୩୦ରୁ ୪୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଡେଙ୍ଗୁକୁ ନେଇ ବିଏମ୍‌ସି ପକ୍ଷରୁ ସଚେତନତା ଜାରି ରହିଛି । ସ୍ବତନ୍ତ୍ର ଗାଡ଼ି ଘରକୁ ଘର ବୁଲିବା ସହ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବଣ୍ଟା ଯାଉଛି । ୫୦୦ରୁ ଊର୍ଦ୍ଧ୍ବ ଆଶା ଓ ଅଙ୍ଗନବାଡ଼ି କର୍ମୀ ସର୍ବେକ୍ଷଣ କାମରେ ଲାଗିଥିବା ବେଳେ ୱାର୍ଡ ଅଫିସର, ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛସାଥୀ, ହେଲ୍ଥ ଅଫିସର ମିଶି ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଘରକୁଘର ବୁଲିବା ବେଳେ ଏହି ଟିମ୍‌ ବିଚିତ୍ର ପରିସ୍ଥିତି ଲକ୍ଷ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking