18.1 C
Bhubaneswar
Tuesday, November 26, 2024
Homeଓଡିଶାରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ : ସଂଖ୍ୟା ୧୭ଶହ ମୁହାଁ

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ : ସଂଖ୍ୟା ୧୭ଶହ ମୁହାଁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ କଲବଲ କରୁଛି ଡେଙ୍ଗୁ ସଂକ୍ରମଣ । ନୂଆ ୫୨ ଆକ୍ରାନ୍ତଙ୍କୁ ମିଶାଇ ମୋଟ ରୋଗୀଙ୍କ ସଂଖ୍ୟା ୧୭ ଶହ ମୁହାଁ ହେବା ସହ ସଂଖ୍ୟା ୧୬୭୨କୁ ବୃଦ୍ଧିପାଇଛି । ଦୈନିକ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଡେଙ୍ଗୁରେ ପିଡ଼ୀତ ହେଉଥିବା ସାମ୍ନାକୁ ଆସୁଥିବାବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ବିଏମ୍‌ସି   ତଥ୍ୟ ମୂତବାକ, ମଶା ବୃଦ୍ଧିର ଆଶଙ୍କା ଥିବା ୫୭ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ସଫେଇ କରାଯାଇଛି । ୬୨,୦୮୯ ସ୍ଥାନରୁ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଛି । ଏଥିସହ ୬୦,୨୭୪ ସ୍ଥାନରେ ଏଡ଼ିଶ୍ ମଶାର ପ୍ରଜନନ ଉତ୍ସକୁ ନଷ୍ଟ କରାଯାଇଛି ।

ସହରର ୨୩,୯୦୧ ଘରକୁ ସର୍ଭେଲାନ୍ସରେ ଆଣିଛି । ଯେଉଁଥିରେ ୧,୦୩,୬୫୨ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି । ଧିରେ ଧିରେ ବିଏମ୍‌ସି ନିଜ ସର୍ଭେଲାନ୍ସ ବଢ଼ାଉଥିବାବେଳେ ଖୁବ୍‌ଶୀଘ୍ର ଲକ୍ଷେ ଲୋକଙ୍କ ସ୍ୱାସ୍ଥ୍ୟବାବସ୍ଥା ଯାଞ୍ଚ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି । ଏହି ମଧ୍ୟରେ ସହରରୁ ୧୧୧୩ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବିଏମ୍‌ସି ସୁଚନା ଦେଇଛି । ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍‌ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଡେଙ୍ଗୁ ନ ବ୍ୟାପିବା ପାଇଁ ବିଏମ୍‌ସି ସଚେତନତା ସୃଷ୍ଟି କରିବା ସହ ମଶା ଉତ୍ସ ନଷ୍ଟ କରିବା, ଲାର୍ଭା ଚିହ୍ନଟ କରି ନଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିଛି ।

ପ୍ରଶାସନ ପ୍ରସ୍ତୁତ ରହିଛି, କାହାର ମୃତ୍ୟୁ ହେବ ନାହିଁ ବୋଲି ବରିଷ୍ଠ ଅଧିକାରୀମାନେ କହୁଛନ୍ତି । ଅନ୍ୟପଟେ ଆକ୍ରାନ୍ତ ବଢ଼ିବା ପଛରେ ଡେଙ୍ଗୁର ଡି-୨ ଭାରିଏଣ୍ଟ ରହିଥିବା କୁହାଯାଉଛି । ନିକଟ ଅତୀତରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ଗବେଷଣାରେ ଭୁବନେଶ୍ୱରରୁ ଡେଙ୍ଗୁର ଏହି ଭାରିଏଣ୍ଟ ଚିହ୍ନଟ କରାଯାଇଥିଲା । ଏହି ଭାରିଏଣ୍ଟ ନୂଆ ନୁହେଁ ବରଂ ପୂର୍ବରୁ ପୂର୍ବରୁ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଥିଲା। ତେବେ ପୁଣି ଥରେ ଏହି ଭାରିଏଣ୍ଟ ରାଜଧାନୀରୁ ଚିହ୍ନଟ ହେବା ଜନସାଧାରଣଙ୍କୁ ଭୟଭୀତ କରିଛି । ଚଳିତ ମାସର ଡେଙ୍ଗୁର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି କି ନିରାକରଣ ବ୍ୟବସ୍ଥା ଏକ ପ୍ରକାର ଫେଲ୍ ମାରିଛି । ଏକ ସପ୍ତାହ ଧରି ଡେଙ୍ଗୁ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking