ଭୁବନେଶ୍ବର : ଭୁବନେଶ୍ବର ଓ ଖୋର୍ଦ୍ଧାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ତଥା ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ବିଏମସିର ଅତିରିକ୍ତ କମିଶନର, ଡେପୁଟି କମିଶନର, ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାମିଲ ହୋଇଥିଲେ ।
ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୫୦ରୁ ଅଧିକ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ସେଥି ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ବର୍ତ୍ତମାନ କିଛି ରୋଗୀ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ବରରେ ନୀଳାଦ୍ରିବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ଷା ଦିନ ଜାରି ରହିବା ସହ ପରିମଳ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ଡେନ୍-୧, ଡେନ୍-୨, ଡେନ୍-୩, ଓ ତେନ୍-୪ ଏହିପରି ଚାରି ପ୍ରକାର ଡେଙ୍ଗୁ ଭୁତାଣୁ ଅଛନ୍ତି । ଭୂତାଣୁ ସଂକ୍ରମଣର ପ୍ରକାର ଓ ତୀବ୍ରତା ଅନୁସାରେ ଡେଙ୍ଗୁ ଜ୍ଵର ସାଧାରଣ ହୋଇପାରେ ବା ଜଟିଳ ହୋଇପାରେ । ଡେଙ୍ଗୁ ରକ୍ତସ୍ରାବୀ ଜ୍ଵର ଓ ଡେଙ୍ଗୁ ‘ସକ୍’ ଲକ୍ଷଣାବଳୀ ଅତ୍ୟନ୍ତ ସାଂଘାତିକ ।
ସାଧାରଣ ତେଙ୍ଗୁ ରୋଗର ଲକ୍ଷଣଗୁଡିକ କଣ ?
ହଠାତ୍ ଅତ୍ୟଧିକ ଜ୍ଵର ଆସେ, ଥଣ୍ଡା ଶର୍ଦ୍ଦି ଭଳି ଅସୁସ୍ଥ ଲାଗେ।
ମୁଣ୍ଡ ବିନ୍ଧେ, ଆଖି କୋରଡର ପଚାଭାଗରେ ଭୀକ୍ଷଣ ଯନ୍ତ୍ରଣା ହୁଏ ।
ବାନ୍ତି ଲାଗେ, ଅତ୍ୟଧିକ ବାନ୍ତି ଯୋଗୁଁ ବାନ୍ତିରେ ରକ୍ତ ପଡ଼ିବା ଦେଖାଯାଏ ।
ଘିମିରି ଆକାରର ଦେହରେ ଫଳିଯାଏ ।
ହାଡ଼ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ ଓ ଏଥିପାଇଁ ଚାଲିବାରେ କଷ୍ଟ ହୁଏ ।
ଡେଙ୍ଗୁର ବିପଦଜ୍ଜନକ ଲକ୍ଷଣଗୁଡିକ କଣ ?
ପେଟରେ ଅଧିକ ଯନ୍ତ୍ରଣା ହେବା ଓ ଯନ୍ତ୍ରଣା ଲାଗି ରହିବା ।
ପାଟି, ଦାନ୍ତ, ନାକ, ଆଖି ଭିତର ତଥା ଶରୀରର ଚର୍ମରୁ ରକ୍ତସ୍ରାବ ହେବା ।
ବାନ୍ତି ହେବା ଓ ବାନ୍ତି ସହିତ ରକ୍ତ ପଡିବା ।
କଳା ଝାଡ଼ା ହେବା ।
ଅତ୍ୟଧିକ ଶୋଷ ଲାଗିବା ଓ ପାଟି ଶୁଖିପିବା ।
ଚର୍ମ ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା ।