ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିନକୁ ଦିନ ଆମ ଆଦ୍ମୀ ପାର୍ଟି ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆପ୍ ସୁପ୍ରିମୋ ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି। ତେବେ ସେ ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡି ନାହାନ୍ତି। ସେ ଜେଲ୍ରେ ରହି ସରକାର ଚଳାଉଛନ୍ତି। ଏହାକୁ ବିରୋଧ କରିଛନ୍ତି ପୂର୍ବତନ ଆପ୍ ନେତା ତଥା ପୂର୍ବତନ ବିଧାୟକ ସନ୍ଦୀପ କୁମାର।
ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସନ୍ଦୀପ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ୱାଲ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ। ମୁଖ୍ୟମନ୍ତ୍ରୀ ଜଣେ ଏଭଳି ବ୍ୟକ୍ତି ଯିଏକି ନିଜ ପଦ ସମ୍ଭାଳିବାରେ ଅସମର୍ଥ ଅଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନର ଜଣେ ଭୋଟର ଭାବରେ ସେ ବ୍ୟକ୍ତିଗତ ରୂପେ ଏହାକୁ ନେଇ ବେଶ୍ ବ୍ୟଥିତ ଅଛନ୍ତି ବୋଲି ସେ ନିଜ ଆବେଦନରେ କହିଛନ୍ତି।