28.7 C
Bhubaneswar
Friday, April 10, 2026
Homeଓଡିଶାକୋରେଇରେ ରେଳ ଷ୍ଟେସନ ବିକାଶ ପାଇଁ ଡ଼ିଆରଏମଙ୍କୁ ଦାବୀପତ୍ର

କୋରେଇରେ ରେଳ ଷ୍ଟେସନ ବିକାଶ ପାଇଁ ଡ଼ିଆରଏମଙ୍କୁ ଦାବୀପତ୍ର

ଯାଜପୁର: ବୈତରଣୀ ରୋଡଠାରୁ ଯାଜପୁର କେନ୍ଦୁଝର ରେଳ ଷ୍ଟେସନର ତୃତୀୟ ଲାଇନରେ ରେଳ ଚଳାଚଳ କରିବା ପାଇଁ ଖୋର୍ଦ୍ଧା ଡିଆରଏମ ତନଖି କରିବା ଅବସରରେ କୋରାଇ ଷ୍ଟେସନ ନୂତନ ବିଲିଡିଙ୍ଗ ପରିଦର୍ଶନ କରିଥିଲେ l ଏହି ଅବସରରେ କୋରେଇର ବିଭିନ୍ନ ସଂଗଠନ ପକ୍ଷରୁ କୋରାଇ ରେଳ ଷ୍ଟେସନର ବିକାଶ ସମ୍ପର୍କରେ ଏକ ଦାବି ପତ୍ର ଦିଆ ଯାଇ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ l କୋରେଇ ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ l ସେଥିରୁ ମୁଖ୍ୟ ସମସ୍ୟା ଗୁଡ଼ିକ ହେଲା କୋରାଇ ନିର୍ବାଚନ ମଣ୍ଡଳୀର ମୁଖ୍ୟ କୋରାଇ ରେଳ ଷ୍ଟେସନର ରାସ୍ତାରେ ଓଭରବ୍ରିଜ ନିର୍ମାଣ, ଇଷ୍ଟକୋଷ୍ଟ ହାଇଦ୍ରାବାଦ ଏକ୍ସପ୍ରେସ ରହଣି, ଦୁଇସାଇଡ ରାସ୍ତା ଓ ଅନ୍ୟାନ ମୌଳିକ ଆବଶ୍ୟକ‌ତା ପୂରଣ କରିବା l ଭେଟିଥିବା ପ୍ରତିନିଧୂ ମଣ୍ଡଳୀ ମଧ୍ୟରେ କୋରେଇର ସ୍ଥାନୀୟ ଅଧିବାସୀଙ୍କ ସମେତ କୋରାଇ ସଂଗ୍ରାମ ସମିତିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର, କୈଳାସ ମିଶ୍ର, ବଂଚନ ହଜାରୀ, ପିତାମ୍ବର ନନ୍ଦ, ତପନ ପଟନାୟକ, ଆଜlମତ ଖାଁ, ଭୁବନ ମୋହନ ମହାନ୍ତି, ଯାଜପୁର ସୁରକ୍ଷା ସେନାର ସଭାପତି ସୁରେନ୍ଦ୍ର ବରାଳ ପଦ୍ମ ଲୋଚନ ମହାନ୍ତି, ପ୍ରମୁଖ ବହୁ ନେତୃ ଵୁନ୍ଦ ଆଲୋଚନାରେ ଭାଗ ନେଇ ଥିଲେ l ଡିଆରଏମ ତୃତୀୟ ଲାଇନି ଟ୍ରେନ ଚଳାଚଳ ପାଇଁ ତନଖି ସମୟରେ ରେଳବାଇ ସେଫଟି ଅଫିସର ବିଭିନ୍ନ ପଦସ୍ଥ ଅଧିକାରୀମାନେ ନୂତନ ରେଳ ଲାଇନିକୁ ଯାଞ୍ଚ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking