21.1 C
Bhubaneswar
Friday, February 6, 2026
Homeଓଡିଶାଓବିସି/ଏସଇବିସିମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସ॰ରକ୍ଷଣ ବ୍ୟବସ୍ଥା ଲାଗୁକରିବା ପାଇଁ ହଂସରାଜଙ୍କୁ ଦାବିପତ୍ର ପ୍ରଦାନ

ଓବିସି/ଏସଇବିସିମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସ॰ରକ୍ଷଣ ବ୍ୟବସ୍ଥା ଲାଗୁକରିବା ପାଇଁ ହଂସରାଜଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର: ଆଜି ଓଡିଶା ରାଜ୍ୟ ଅତିଥି ଭବନଠାରେ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ମାନ୍ୟବର ଶ୍ରୀ ହଂସରାଜ ଗଙ୍ଗାରାମ ଅହିରଙ୍କ ଜନଶୁଣାନୀରେ ଉପସ୍ଥିତ ରହି “ଓଡ଼ –ପାଇକ ଓ ପାଇକ ଉପଜାତି” କୁ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀ(OBC)ରେ ଅନ୍ତର୍ଭୁକ୍ତ କରିବା ପାଇଁ ମାନ୍ୟବର ଅଧ୍ୟକ୍ଷଙ୍କୁ ଆବେଦନ କରିବା ସହିତ ଓଡିଶା ପଛୁଆ ବର୍ଗ ଯୁବ ଓ ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବିଭିନ୍ନ ଦାବି ଯଥା- ଜାତିଭିତ୍ତିକ ଜନଗଣନା, ସରକାରୀ ଓ ବେସରକାରୀ ଉଦ୍ୟୋଗ ଗୁଡିକରେ ନିଯୁକ୍ତି କ୍ଷେତ୍ରରେ ସମାନତା, କ୍ରିମି ଲେୟାର ବାଦଦେବା, ଓବିସି/ଏସଇବିସିମାନଙ୍କ ପାଇଁ ସ॰ରକ୍ଷଣ ୫୦% ରୁ ହଟାଇ 52% ପ୍ରତିଶତ କରିବା, କେନ୍ଦ୍ର ଓ ରାଜ୍ୟ ବଜେଟରେ ଓବିସି/ଏସଇବିସି ମାନଙ୍କ କଲ୍ୟାଣ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯିବା, ନ୍ୟାୟପାଳିକାରେ ଓବିସି/ଏସଇବିସିମାନଙ୍କୁ ପାଇଁ ସ॰ରକ୍ଷଣ ବ୍ୟବସ୍ଥା ଏବଂ ଘରୋଇ ସଂସ୍ଥାମାନଙ୍କରେ ଓବିସି/ଏସଇବିସିମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସ॰ରକ୍ଷଣ ବ୍ୟବସ୍ଥା ଲାଗୁକରିବା ପାଇଁ ଏକ ଦାବିପତ୍ର ମାନ୍ୟବର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଗଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking