ନୂଆଦିଲ୍ଲୀ : କରୋନା ପରଠାରୁ ଗଛ ପ୍ରତି ଲୋକଙ୍କ ଆସକ୍ତି ଟିକେ ଅଧିକ ବଢ଼ିଯାଇଛି। ନିଜ ବାଡ଼ିବଗିଚା, ବାଲକୋନି, ଛାତ ଉପରେ ଏବେ ସମସ୍ତେ ଗଛ ଲଗାଇରେ ଆଗ୍ରହ ଦେଖାଉଛନ୍ତି। ଲୋକେ ଘରେ ଭିତରେ ଛୋଟଛୋଟ ଗଛ ଲଗାଉଛନ୍ତି। ଏଇ ଘରଭିତର ଗଛର ତାଲିକାରେ ସବୁଠୁ ଆଗରେ ‘ଲିପ୍ଷ୍ଟିକ୍ ପ୍ଲାଣ୍ଟ’ ରହିଛି। ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁରେ ଏହି ଗଛର ବିକ୍ରି ସବୁଠୁ ଅଧିକ ହେଉଥିବାର ଜଣାପଡ଼ିଛି। ବଜାରରେ, ଅନ୍-ଲାଇନ୍ ସାଇଟ୍୍ରେ ୧୦-୧୫ ପ୍ରକାରର ଲିପଷ୍ଟିକ୍ ଗଛ ମହଜୁଦ୍ ରହୁଛି। ଗ୍ରାହକ ତାଙ୍କ ପସନ୍ଦ ଅନୁସାରେ, ବଡ଼ ପତ୍ର ଥିବା ଗଛକୁ କିଣିବାକୁ ପସନ୍ଦ କରୁଛନ୍ତି। ମୁମ୍ବଇରେ ଚାରା ବ୍ୟବସାୟ କରୁଥିବା ଅଶଂିତା ମୋଟୱାନୀ କହିଛନ୍ତି, ଘର ସଜାଇବା ପାଇଁ ଅଧିକାଂଶ ଲିପ୍ଷ୍ଟିକ୍ ଗଛ କିଣିନେଉଛନ୍ତି। ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ପଡ଼ୁଥିବା ଝରକା ପାଖରେ, ବାଲକୋନିରେ ଲିପଷ୍ଟିକ୍ ଗଛର କୁଣ୍ଡ ରଖିଲେ, ମାସ କେଇଟାରେ ଗଛଟି ବଢ଼େ। ତାଙ୍କ ଦୋକାନରେ ଛୋଟ ଚାରା ଲିପ୍ଷ୍ଟିକ୍ ପ୍ଲାଣ୍ଟ ଗୋଟା ପିଛା ୯୦୦-୧୧୦୦ ଟଙ୍କାରେ ବିକ୍ରି ହେଉଛି। ଗଛଟିର ପତ୍ରର ଆକାର ଦେଖି ଯିଏ ହେଲେ କହିବ ସତେ ଯେମିତି ପତ୍ର ଚାରିପାଖେ ଲାଲ ରଙ୍ଗର ଲିପଷ୍ଟିକ୍ ଲଗାହୋଇଛି। ଆମ ଦେଶରେ ବଢ଼ୁଥିବା ଲିପ୍ଷ୍ଟିକ୍ ପ୍ଲାଣ୍ଟର ପତ୍ର ସାଧାରଣତଃ ଆକାରରେ ବଡ଼ ହୋଇଥାଏ। ଏବେ ଭାରତରୁ ଆମେରିକା, ଇଉରୋପକୁ ଲିପ୍ଷ୍ଟିକ୍ ଗଛ ବହୁ ପରିମାଣରେ ରପ୍ତାନୀ ହେଉଛି।