18.1 C
Bhubaneswar
Monday, November 25, 2024
Homeଓଡିଶାରଜ ଭଳି ନୂଆଁଖାଇ ସମୟରେ ମଧ୍ୟ କରୋନା କଟକଣାକୁ କୋହଳ କରାଯାଉ- ବିଏସି

ରଜ ଭଳି ନୂଆଁଖାଇ ସମୟରେ ମଧ୍ୟ କରୋନା କଟକଣାକୁ କୋହଳ କରାଯାଉ- ବିଏସି

ବଲାଙ୍ଗିର, – ଚାରି ମାସରୁ ଉର୍ଧ୍ବ ସମୟ ହେଲା  କରୋନା କଟକଣା ଜାରୀ ରହିଛି । ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ଭାଙ୍ଗିପଡିଥିବା ସତ୍ୱେ ଜନସାଧାରଣ  ଏହାକୁ ଭରପୁର ସମର୍ଥନ ଓ ସହଯୋଗ କରିଛନ୍ତି । କିନ୍ତୁ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ସମୟରେ କରୋନା କଟକଣା ଅସହ୍ୟ ହେଉଛି  । ତେଣୁ  ପୂର୍ବ ଓଡ଼ିଶାରେ ରଜ ପର୍ବ ସମୟରେ ଯେପରି କରୋନା କଟକଣାକୁ କୋହଳ କରାଯାଇଥିଲା ସେହିପରି  ନୁଆଁଖାଇ ସମୟରେ ଜିଲ୍ଲାରେ କଟକଣାକୁ କୋହଳ କରାଯିବାକୁ ଦାବି କରିଛି ବଲାଙ୍ଗିର ଏକ୍ସନ କମିଟି ।
ସୂଚନାଯୋଗ୍ୟ ଯେ, ଗତ କାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ବଲାଙ୍ଗୀର ଆକ୍ସନ କମିଟି ର ଆବାହକ ଶ୍ରୀ ଗୋପାଳଜୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ରେ କମିଟି ର ଏକ ଜରୁରି ବୈଠକ କମିଟି ଅଫିସ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ କୋଶଲାଞ୍ଚଳ ର ଗଣପର୍ବ ନୂଆଖାଇ ସମୟ ରେ ଜନସାଧାରଣ ଙ୍କ ଉପରେ କରୋନା ଜନିତ ପ୍ରଭାବ ତଥା ପ୍ରଶାସନ ର ମନୋଭାବ ବିଷୟ ରେ ବିସ୍ତୃତ ଆଲୋଚନା ହୋଇଥିଲା।ଯେହେତୁ ନୂଆଖାଇ କୋଶଲାଞ୍ଚଳ ର ଗଣ ପର୍ବ,ତେଣୁ ଏହି ସମୟରେ ପ୍ରଶାସନ କରୋନା ଜନିତ କଟକଣା ପାଇଁ ଜିଲ୍ଲାପ୍ରଶାସନ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୟରେ କଟକଣା କୋହଳ କରିବା ସଙ୍ଗେ ସଙ୍ଗେ,ଜନସାଧାରଣ ଯେପରି କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି,ତାଉପରେ ବିଶେଷ ଧ୍ୟାନ ଦିଆଯିବା ନେଇ  ସହମତି ପ୍ରକାଶ ପାଇଥିଲା। ପୂର୍ବ ଓଡ଼ିଶାର ମହାନ ପର୍ବ ରଜ ସମୟ ରେ ଯେପରି କଟକ, ଭୁବନେଶ୍ଵର ଇତ୍ୟାଦି ବିଭିନ୍ନ ସହର ରେ କରୋନା କଟକଣା କୋହଳ କରା ଯାଇଥିଲା, ଠିକ ସେହିଭଳି ନୂଆଖାଇ ସମୟ ରେ ସମାନ ବ୍ୟବସ୍ଥା ବଲାଙ୍ଗିର ରେ ଲାଗୁ କରିବା ଦାବୀ ନେଇ ଜିଲାପାଳଙ୍କୁ କମିଟି ର ଏକ ପ୍ରତିନିଧି ମଣ୍ଡଳ ଆସନ୍ତା ୧୨ ତାରିଖରେ ସାକ୍ଷାତ କରି ଏକ ଦାବିପତ୍ର ଦେବା ସ୍ଥିରୀକୃତ ହୋଇଥିବା ସୂଚନା ଦିଆଯାଇଛି ।
 ଏହି ବୈଠକରେ ମୁନା ପଟ୍ଟନାୟକ, ଗିରିଶ ସିଂହଦେଓ, ବିନୋଦ କାଲସାଏ, ରିଲୁ ରଥ, ସନ୍ତୋଷ ସାହୁ,ଭବାନୀ ଶତପଥୀ ପ୍ରମୁଖ ନିଜସ୍ବ ମତ ରଖିଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking