34.1 C
Bhubaneswar
Friday, March 29, 2024
Homeକରୋନାଆଜି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୫୯ଆକ୍ରାନ୍ତ :  ୩୩ ପୁରୁଣା ଓ ୨୬ ନୂଆ ଚିହ୍ନଟ

ଆଜି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୫୯ଆକ୍ରାନ୍ତ :  ୩୩ ପୁରୁଣା ଓ ୨୬ ନୂଆ ଚିହ୍ନଟ

ବଲାଙ୍ଗିର, : ଆଜି ବଲାଙ୍ଗିର ଜିଲ୍ଲାରୁ ସର୍ବାଧିକ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ପୁରୁଣା ରୋଗୀଙ୍କୁ ତାଲିକାରେ ସାମିଲ୍ କରାଯାଇଛି । ନୂଆ ତାଲିକାରୁ କରୋନା ଯୋଦ୍ଧାଙ୍କ ସହିତ ଟିଟିଲାଗଡ଼ ବ୍ଲକରୁ ଜଣେ, ଗୁଡ଼ଭେଡ଼ା ବ୍ଲକରୁ ୪ ଜଣ, କଂଟାବାଂଜି ବ୍ଲକରୁ ୧୧ ଜଣ, ଆଗଲପୁର ବ୍ଲକରୁ ୨ ଜଣ, ପୁଇଁନ୍ତଲା, ଦେଓଗାଁ ଓ ବଲାଙ୍ଗିର ବ୍ଲକରୁ ଜଣେ ଲେଖାଏଁ ଓ ବଲାଙ୍ଗିର ପୌରାଂଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର ଉଦୟନଗର, ହାତୀଶାଲପଡ଼ା, ରାଧାରାଣୀପଡ଼ା ସତ୍ୟନାରାୟଣପଡ଼ାରୁ ଜଣେ ଲେଖାଏଁ ପୋଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କୁତୁର୍ଲା ଗ୍ରାମର ଜଣେ ପୁରୁଷ ପଣ୍ଡା କେନସର ହସ୍ପିଟାଲରୁ ଫେରି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସମସ୍ତେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା କୁହାଯାଇଛି । ସେହିପରି ପୁରୁଣା ତାଲିକାରେ ପୁଇଁନ୍ତଲା ବ୍ଲକରୁ ୧, କଂଟାବାଂଜିରୁ ୧, ବଲାଙ୍ଗିର ବ୍ଲକରୁ ୪, ଲୋଇସିଂହା ବ୍ଲକରୁ ୨, ଆଗଲପୁର ବ୍ଲକରୁ ୧ ଓ ବଲାଙ୍ଗିର ପୌରାଂଚଳରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସିଭିଲକୋର୍ଟ ଅଂଚଳରୁ ଜଣେ, ବେହେରାପାଲିରୁ ୨ ଜଣ, ମହାଲକ୍ଷ୍ମୀନଗରରୁ ଜଣେ, ତୁଳସୀନଗରରୁ ଜଣେ, ସାଲେପାଲିରୁ ଜଣେ, ନନ୍ଦିନୀନଗରରୁ ଜଣେ, ଚିମନୀଭାଟିପଡ଼ାରୁ ଜଣେ, ରୁଗୁଡ଼ିପଡ଼ାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଇତିମଧ୍ୟରେ ବଲାଙ୍ଗିରରେ ପଜିଟିଭ ସଂଖ୍ୟା ୬୯୬ରେ ପହଂଚିଛି । ୨୭୧ ଜଣ ଏକଟିଭ ରହି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ୪୨୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking