30.1 C
Bhubaneswar
Monday, May 20, 2024
Homeକରୋନାଡେଲ୍‌ଟା ପ୍ଲସ୍‌ର ସଫଳ ମୁକାବିଲା କରୁଛି କୋଭାକ୍ସିନ୍ : ଆଇସିଏମ୍‌ଆର ସର୍ଭେ ରିପୋର୍ଟ

ଡେଲ୍‌ଟା ପ୍ଲସ୍‌ର ସଫଳ ମୁକାବିଲା କରୁଛି କୋଭାକ୍ସିନ୍ : ଆଇସିଏମ୍‌ଆର ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ୍‌ର ଡେଲଟା ପ୍ଲସ୍ ଭାରିଆଣ୍ଟ୍‌ର ସଫଳ ମୁକାବିଲା ଦିଗରେ ସ୍ୱଦେଶୀ ନିର୍ମିତ ଟିକା କୋଭାକ୍ସିନ୍ ଅତ୍ୟନ୍ତ ଫଳପ୍ରଦ ପ୍ରମାଣିତ ହୋଇଛି ବୋଲି ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ) ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି । ଆଇସିଏମଆର ମିଳିତ ସହଯୋଗରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ ଦେଶରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ କରୁଛି । ଚଳିତବର୍ଷ ଜାନୁଆରୀ ୩ରେ କୋଭାକ୍ସିନ୍‌କୁ ସରକାରଙ୍କ ପକ୍ଷରୁ ଜରୁରୀ ବ୍ୟବହାର ଅନୁମତି ମିଳିଥିଲା । ଡେଲ୍‌ଟା ପ୍ଲସ୍ ହେଉଛି ଡେଲ୍‌ଟାର ଆଉ ଏକ ରୂପାନ୍ତରିତ ଭୂତାଣୁ । ଏହା ଖୁବଶୀଘ୍ର ସଂକ୍ରମିତ ହେଉଥିବାବେଳେ ଏହାର ପ୍ରକୋପ ମଧ୍ୟ ସାଂଘାତିକ । ଭାରତରେ ପ୍ରଥମେ ଡେଲ୍‌ଟା ପ୍ଳସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍ ବିରୋଧରେ କୋଭାକ୍ସିନ୍‌ର ସଫଳତା ହାର ୭୭.୮ ପ୍ରତିଶତ ବୋଲି ଜଣାପଡିଛି ।

ଦେଶର ପ୍ରତିଷ୍ଠିତ ୨୮ଟି ଲାବୋରେଟୋରୀକୁ ନେଇ ଗଠିତ ଇନ୍‌ସାକୋଗ୍ ପକ୍ଷରୁ ୭୦ ଡେଲ୍‌ଟା ପ୍ଲସ୍ ସଂକ୍ରମିତଙ୍କୁ ନେଇ ଏହି ସର୍ଭେ କରାଯାଇଥିବାବେଳେ ଉପରୋକ୍ତ ଫଳାଫଳ ଜଣାପଡିଛି ବୋଲି କେନ୍ଦ୍ର ବିଜ୍ଞାନ, କାରିଗରୀକୌଶଳ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସଂସଦରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ଭାରତ ବ୍ୟତୀତ ବ୍ରାଜିଲ, ଫିଲିପାଇନ୍ସ, ଇରାନ, ମେକ୍ସିକୋ ଭଳି ୧୬ଟି ରାଷ୍ଟ୍ର କୋଭାକ୍ସିନ୍‌କୁ ସ୍ୱୀକୃତି ଦେଇସାରିଥିବାବେଳେ ବିଶ୍ୱର ଅନ୍ୟ ୫୦ଟି ରାଷ୍ଟ୍ରରେ ଏହି ପ୍ରସ୍ତାବ ବର୍ତ୍ତମାନ ବିଚାରାଧୀନ ରହିଛି । ଚଳିତବର୍ଷ ଜାନୁଆରୀ ୧୬ରୁ ଭାରତରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଇତିମଧ୍ୟରେ ୪୩ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇସାରିଲାଣି । ଏଥିମଧ୍ୟରୁ ଜୁଲାଇ ୩୧ ସୁଦ୍ଧା ଭାରତ ବାୟୋଟେକ୍ ୫୧.୬ କୋଟି କୋଭାକ୍ସିନ୍ ଡୋଜ୍ ପ୍ରସ୍ତୁତ କରିସାରିଥିବାବେଳେ ଡିସେମ୍ବର ୩୧ ସୁଦ୍ଧା ଏହି ସଂଖ୍ୟା ୯୪.୪ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଜୁଲାଇ ୯ରେ ଏହି ଟିକା ସମ୍ପର୍କିତ ସମସ୍ତ କାଗଜପତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଦାଖଲ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୋଭାକ୍ସିନ୍‌କୁ ମଞ୍ଜୁରୀ ମିଳିନାହିଁ । କୌଣସି ଟିକାକୁ ମଞ୍ଜୁରୀ ଦେବାକୁ ହୁ ଅତିକମରେ ୬ ସପ୍ତାହ ସମୟ ନେଉଥିବାରୁ ଖୁବଶୀଘ୍ର ଏହି ମଞ୍ଜୁରୀ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପୱାର ରାଜ୍ୟସଭାକୁ ସୂଚିତ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking