28.1 C
Bhubaneswar
Thursday, July 4, 2024
Homeଅପରାଧଅନଲାଇନ ସାମଗ୍ରୀ ଆତ୍ମସାତ ଅଭିଯୋଗରେ ବନ୍ଧାହେଲେ ଡେଲିଭରି ବୟ

ଅନଲାଇନ ସାମଗ୍ରୀ ଆତ୍ମସାତ ଅଭିଯୋଗରେ ବନ୍ଧାହେଲେ ଡେଲିଭରି ବୟ

କେନ୍ଦ୍ରାପଡ଼ା: ଆଜିର ଯୁବପିଢ଼ି ଅଫଲାଇନ ସାମଗ୍ରୀ କାରବାର ଅପେକ୍ଷା ଅନଲାଇନ କାରବାର ଉପରେ ଅଧିକ ନିର୍ଭର କରୁଛନ୍ତି । ଯାହାଫଳରେ ବିଭିନ୍ନ କୋରିୟର ସଂସ୍ଥା ସମଗ୍ର ଭାରତ ବର୍ଷରେ ନିଜର ବ୍ରାଞ୍ଚ ଖୋଲି ଏହି କାରବାର ଜାରି ରଖିଛି । କୋରିୟର ସଂସ୍ଥା ଗୁଡିକ ଘରେ ଘରେ ସାମଗ୍ରୀ ଆଣି ପହଞ୍ଚାଉଥିବା ବେଳେ କିଭଳି ଭାବେ ଅନଲାଇନ ସାମଗ୍ରୀ ଲୁଟ ହୁଏ ତାହାର ଗୁମର ଖୋଲିଛନ୍ତି ଆଳି ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ଡେଲିଭରି ବୟ । ସୂଚନା ଅନୁଯାୟୀ ସିଙ୍ଗିରି ଅଳିହା ଗ୍ରାମର ଦୀପକ ମଲ୍ଲିକ ଆଳି ରାଜବାଟି ନିକଟରେ ଥିବା ଇ କମ ଏକ୍ସପ୍ରେସ ସେଣ୍ଟରରେ ଡେଲିଭରି ବୟ ଭାବେ କାମ କରୁଥିଲେ ।

ଗତ କିଛିଦିନ ହେବ ସେ ନିଜ ନାମକୁ ଅଶୋକ ମଲ୍ଲିକ ଦର୍ଶାଇ ଓ ଠିକଣା ବଦଳାଇ ଇ କମ ଏକ୍ସପ୍ରେସ ରୁ ବିଭିନ୍ନ ସାମଗ୍ରୀ ମଗାଉଥିଲେ ଆଉ ଏହି ପ୍ୟାକେଟ ପହଞ୍ଚିବା ପରେ ସେଥିରୁ ଅସଲି ସାମଗ୍ରୀ କାଢି ଅଦରକାରୀ ସାମଗ୍ରୀ ଭର୍ତ୍ତି କରି ଭୁଲ ଠିକଣା ଦର୍ଶାଇ ରିଟର୍ଣ୍ଣ ମାରୁଥିଲେ । ବାରମ୍ବାର କମ୍ପାନୀକୁ ଭୁଆଁ ବୁଲାଉଥିବା ଦୀପକ ଗତ ଦଶଦିନ ତଳେ ଏକ ମୋବାଇଲ ଅର୍ଡର କରିଥିବା ବେଳେ ମୋବାଇଲ ଆସି ପହଞ୍ଚିବା ପରେ ଏହାର ସିଲ ଖୋଲି ସେଥିରେ ଲୁହା ରଡ଼ ପୁରାଇ ଅର୍ଡର କରିଥିବା ବ୍ୟକ୍ତି ଉପସ୍ଥିତ ନଥିବା ଦର୍ଶାଇ କମ୍ପାନୀକୁ ଏହି ପ୍ୟାକେଟ ରିଟର୍ଣ୍ଣ କରିଥିଲେ । ତେବେ କମ୍ପାନୀର ହାଇଦ୍ରାବାଦ ମୁଖ୍ୟ କାର୍ଯ୍ୟାଳୟରେ ଏହି ପ୍ୟାକେଟ ପହଞ୍ଚିବା ପରେ ଏହି ପ୍ୟାକେଟ ସ୍କାନିଂ ସମୟରେ ଏଥିରେ ଲୁହା ରଡ଼ ପଶିଥିବା ଜାଣିବାକୁ ପାଇଥିଲେ ଇ-କମ ଏକ୍ସପର୍ଟ କମ୍ପାନୀର କର୍ମଚାରୀ ।

ଏହି ଆଧାରରେ କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ଆଳି ଇ-କମ ଏକ୍ସପର୍ଟ ମ୍ୟାନେଜର ପ୍ରିୟବ୍ରତ ବିଶ୍ୱାଳ ଗତ ସନ୍ଧ୍ୟାରେ ଦୀପକଙ୍କ ନାଁରେ ଲିଖିତ ଏତଲା ଦେବା ପରେ ଆଳି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଦୀପକ ହିଁ ନାମ ବଦଳାଇ ଦୀର୍ଘଦିନ ଧରି କମ୍ପାନୀକୁ ଭୁଆଁ ବୁଲାଇ ଆସୁଥିବା ଜାଣିବାକୁ ପାଇଥିଲା । ଏହି ଅଭିଯୋଗ କ୍ରମେ ଆଳି ପୁଲିସ ଏକ ମାମଲା ରୁଜ୍ଜୁ କରି ଦୀପକକୁ ଗିରଫ କରିଥିବା ବେଳେ ଦୀପକ ନିକଟରୁ ମୋବାଇଲ ଓ ୩ଟି ବ୍ଲୁ ଟୁଥ ଜବତ କରିଥିବା ଆଳି ଥାନା ଆଇଆଇସି ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି । ଅପର ପକ୍ଷରେ ଦୀପକ କମ୍ପାନୀର ଅନ୍ୟ କର୍ମଚାରୀ ମଧ୍ୟ ଏହି ଭଳି ଘଟଣା ଘଟଉଥିବା ନେଇ ସେ ମୁହଁ ଖୋଲିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking