27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଦିଲ୍ଲୀ ହିଂସା ମାମଲା: ପୁଲିସ୍ କହୁଛି ୭-୮ ରାଉଣ୍ଡ ଗୁଳି କିଏ ଚଳାଇଛି...

ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଦିଲ୍ଲୀ ହିଂସା ମାମଲା: ପୁଲିସ୍ କହୁଛି ୭-୮ ରାଉଣ୍ଡ ଗୁଳି କିଏ ଚଳାଇଛି ଜଣାପଡ଼ୁନି

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର ଜାହାଙ୍ଗୀରପୁରୀରେ ଘଟିଥିବା ହିଂସା ଘଟଣାରେ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ହିଂସାରେ ୮ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ହିଂସା ସହ ଜଡିତ ପ୍ରାୟ ୧୦୦ ଟି ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି । ହିଂସା ସମୟରେ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ସବ୍ ଇନ୍ସପେକ୍ଟର ମେଡାଲ ମୀନାଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା। ତାଙ୍କ ହାତରେ ଗୋଟିଏ ଗୁଳି ବାଜିଥିବା ଜଣାପଡ଼ିଛି । ସେ କହିଛନ୍ତି ଯେ ପୋଲିସ ବ୍ଲକ୍‌ିଂ ହଟାଇବା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଉଭୟ ପାର୍ଶ୍ୱରେ ପଥର ଫିଙ୍ଗା ଜାରି ରହିଥିଲା । ଏହି ସମୟରେ କେହି କେହି ଭିଡ଼ ମଧ୍ୟରେ ୭-୮ ରାଉଣ୍ଡ ଗୁଳି ଚଳାଇଥିଲେ। ମେଡାଲାଲ ମୀନା କହିଛନ୍ତି ଯେ କିଏ ଗୁଳି ଚଳାଇଛି ତାହା ମୁଁ ଦେଖିପାରି ନାହିଁ ଏବଂ ଭିଡ଼ ହେତୁ କିଏ ଯୁଦ୍ଧ ଆରମ୍ଭ କରିଛି ତାହା ମଧ୍ୟ ଜଣାପଡ଼ି ନାହିଁ । ରବିବାର ଅପରାହ୍ନରେ ପୋଲିସ ରୋହିନୀ କୋର୍ଟରେ ହିଂସା ଭିଆଇଥିବା ୧୪ ଜଣଙ୍କୁ ହାଜର କରିଥିଲା । କୋର୍ଟ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ଅନସାର ଏବଂ ଅସଲାମଙ୍କୁ ପୋଲିସ ରିମାଣ୍ଡରେ ପଠାଇଛନ୍ତି ଏବଂ ୧୨ ଜଣ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।
ହିଂସା ଘଟଣାର ତଦନ୍ତ ବର୍ତ୍ତମାନ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଷଡଯନ୍ତ୍ର ତଥା ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଯାଞ୍ଚ ଳେେ ଗୁଳି ବିନିମୟ ସ୍ଥାନରୁ ଏକ ବୁଲେଟ୍ ସେଲ୍ ବା ଖୋକା ଉଦ୍ଧାର କରାଯାଇଥିଲା। ପୋଲିସର ୧୦ ଜଣିଆ ଟିମ୍ ହିଂସା ଘଟଣାର ଅନୁସନ୍ଧାନ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking