ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ ମିଳିଛି । ଏମିତିକି ଦିଲ୍ଲୀ ମାର୍କେଟକୁ ବୋମାରେ ଉଡାଇବାକୁ ଧମକ ଦିଆଯାଇଛି । ଯାହାକୁ ନେଇ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ ଥିବା କୁହାଯାଉଛି । କିଛି ମାର୍କେଟକୁ ବୋମାରେ ଉଡାଇବାକୁ ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ ଆସୁଛି । ତେହେରିକ ଇ ତାଲିବନ ଆତଙ୍କୀ ସଂଗଠନରୁ ମିଳିଛି ଏହି ଧମକ । ୟୁପି ପୋଲିସ ଏହି ଇ-ମେଲ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି । ଗୁଇନ୍ଦା ରିପୋର୍ଟ ପରେ ଡିପି ମାର୍କେଟ କମ୍ପେ୍ଲକ୍ସରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ିଛି । ଜାତୀୟ ରାଜଧାନୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଉତ୍ତରପ୍ରଦେଶ ପୋଲିସ ସୂଚନା ପାଇବା ପରେ ନୂଆଦିଲ୍ଲୀରେ ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଥିବା ରିପୋର୍ଟକୁ ଜଣାପଡ଼ିଛି ।
ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଅଧିକାରୀଙ୍କ କହିବାନୁସାରେ, ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ବିଷୟରେ ୟୁପି ପୋଲିସକୁ କହିଛନ୍ତି । ୟୁପି ପୋଲିସ ଉକ୍ତ ଇମେଲ ବିଷୟରେ ସବିଶେଷ ତଥ୍ୟ ଦିଲ୍ଲୀ ପୋଲିସକୁ ପଠାଇଛି । ଏହା ପରେ, ଇନପୁଟ ଉପରେ କାର୍ଯ୍ୟ କରି ଦିଲ୍ଲୀ ପୋଲିସ ନୂଆଦିଲ୍ଲୀର ସରୋଜିନୀ ନଗର ବଜାରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଆତଙ୍କବାଦୀ ଆକ୍ରମଣର ଇମେଲ ଧମକ ଦେବା ପରେ ଦିଲ୍ଲୀରେ ହାଇ ଆଲର୍ଟ ହେବା ସହିତ ସରୋଜିନୀ ନଗର ବଜାରରେ ସୁରକ୍ଷା ବୃଦ୍ଧି ପାଇଛି । ସେପଟେ ସରୋଜିନୀ ନଗର ମିନି ମାର୍କେଟ ଟ୍ରେଡର୍ସ ଆସୋସିଏସନର ସଭାପତି ଅଶୋକ ରାନ୍ଧୱା କହିଛନ୍ତି ଯେ, କିଛି ସହର ପ୍ରତି ବିପଦ ଥିବାରୁ ବଜାର ବନ୍ଦ ରହିବ । ସହରର ପ୍ରତି ବିପଦ ଥିବାରୁ ଦିଲ୍ଲୀ ପୋଲିସ ବଜାର ବନ୍ଦ ରଖିବା ପାଇଁ ଏବଂ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବଜାର ବନ୍ଦ ହେବା ହେତୁ ମଧ୍ୟ କୌଣସି ଜିନିଷ ଅର୍ଡର କରିବାକୁ ଦିଲ୍ଲୀ ପୋଲିସ ମନା କରିଛନ୍ତି ।