19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଦିଲ୍ଲୀର ବଡ ପୁଅ ଭାବରେ କାର୍ଯ୍ୟ କରୁଥିବା କହିଲେ କେଜିରୱାଲ୍‌

ଦିଲ୍ଲୀର ବଡ ପୁଅ ଭାବରେ କାର୍ଯ୍ୟ କରୁଥିବା କହିଲେ କେଜିରୱାଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ମାତ୍ର ୬ଦିନ ବାକି ରହିଲା । ପ୍ରଚାର ଏବେ ଜୋରଦାର ହୋଇଛି । ନିର୍ବାଚନ ଲଢ଼େଇ ବିଜେପି ଓ ଆମଅଦମି ପାର୍ଟି ମଧ୍ୟରେ ହେଉଥିବା ଆଲୋଚନା ହେଉଛି । ଦିଲ୍ଲୀ ତଥା ଆମଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ବିଭିନ୍ନ ରୋଡ ସୋ ଓ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଉଛନ୍ତି । ସେ ମଧ୍ୟ ବିଜେପିକୁ ତାଙ୍କ ପ୍ରଚାରରେ ଟାର୍ଗେଟ କରିବାରେ ଲାଗିଛନ୍ତି । ନିକଟରେ ଏକ ରାଲିରେ ଯୋଗ ଦେବା ଅବସରରେ ଦିଲ୍ଲୀ ଏକ ପରିବାର ଓ ସେ ଏହାର ବଡ଼ ପୁଅ ଭାବରେ ଦାୟିତ୍ୱ ନେଇ କାର୍ଯ୍ୟ କରୁଛନ୍ତି ବୋଲି ଭୋଟରଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ।
କେଜରିୱାଲ କହିଛନ୍ତି, ଦିଲ୍ଲୀର ବଡ଼ପୁଅ ଭାବରେ ସେ ଗତ ୫ବର୍ଷ ହେଲା ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । ସ୍କୁଲ, ଡାକ୍ତରଖାନା ଗୁଡ଼ିକର ଯେଭଳି ଭାବେରେ ଉନ୍ନତି ହୋଇଛି ସେଥିରେ ଆଉ କେଇ କ୍ଷମତାକୁ ଆସିଲେ ତାହା ପୁଣି ପୂର୍ବର ଖରାପ ସ୍ଥିତିକୁ ଚାଲିଯିବ । ଦିଲ୍ଲୀବାସୀ ଅକେନ ସୁର୍ଦଶାଦେଇ ଗତିକରିଛନ୍ତି । କେବଳ ସେ ଆସିଲା ପରେ ଲୋକଙ୍କୁ ଦୁର୍ଦଶାରୁ ମୁକ୍ତ କରିବା ପଦକ୍ଷେପ ନେଇଛନ୍ତି । ଗତ ୫ବର୍ଷରେ ଅନେକ କାର୍ଯ୍ୟକ୍ରମ ତାଙ୍କ ସରକାର ଗ୍ରହଣ କରିଛନ୍ତି । ଘରର ବଡ଼ପୁଅ ଭାବରେ ଦିଲ୍ଲୀର ଦାୟିତ୍ୱ ନିଭାଇଛନ୍ତି । ଏଣୁ ଚାଲିଥିବା ବିକାଶ ଧାରା ବନ୍ଦ ନହେବା ପାଇଁ ଆପକୁ ପୁଣି ଭୋଟ ଦେଇ କ୍ଷମତାକୁ ଆଣିବାକୁ ସେ ନିବେଦନ କରିଛନ୍ତି । ଅନ୍ୟ କାହାକୁ ଭୋଟ ଦେଲେ ବିକାଶ ଧାରାକୁ ଭାଙ୍ଗିବା ପାଇଁ ଅନ୍ୟଦଳର ଉଦ୍ୟମକୁ ସେ ନିନ୍ଦା କରିଛନ୍ତି । ଲୋକଙ୍କ ବିକାଶ ପାଇଁ ଯେଉଁ ଦଳ କାର୍ଯ୍ୟ କାରଉଛି ତାହାକୁ ଭୋଟ ଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଲୋକେ ଏଥର ନିଶ୍ଚିନ୍ତ ଆପକୁ ଭୋଟ ଦେବେ । ଦିଲ୍ଲୀ ସହରରେ ସ୍କୁଲ ଓ ଡାକ୍ତରଖାନା ଗୁଡ଼ିକର ଯେଉଁଭଳି ବିକାଶ କରାଯାଇଛି ତାହାକୁ ଦେଖି ଲୋକେ ଭୋଟ ଦେବେ । ସାଧାରଣ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ରିହାତି ଦେବା କାର୍ଯ୍ୟ ତାଙ୍କ ସରକାର କରିଥିବା ଦୃଢ଼କ୍ତି ପ୍ରକାଶ କରିଛନ୍ତି ।
କେଜିରୱାଲ କହିଛନ୍ତି ସେ କୌଣସି ପରିସ୍ଥତିରେ ଦୁର୍ନିତୀ, ଅପରାଧ ଓ ଭ୍ରଷ୍ଟାଚାର କ୍ଷେତ୍ରରେ କୌଣସି ସାଲିସ କରିବେ ନାହିଁ । ବିଜେପି ନେତା ତାଙ୍କୁ ସନ୍ତ୍ରାସବାଦୀର ଆଖ୍ୟା ଦେଇଥିବାରୁ ଏହା ବିରୁଦ୍ଧରେ ସେ ଜନସାଧାରଣ ନିକଟକୁ ଯାଇ ପ୍ରମାଣ କରିଦେଲେ ପ୍ରକୃତରେ ସେ କ’ଣ । ଲୋକେ ତାଙ୍କୁ ସନ୍ତ୍ରାସବାଦୀ ଭାବେ ଗ୍ରହଣ କରୁଛନ୍ତି ନା ନିଜର ଜଣେ ଭାଇ ଓ ପରିବାରର ବ୍ୟକ୍ତି ଭାବେରେ ଗ୍ରହଣ କରୁଛନ୍ତି ସେଥିବରୁ ସ୍ପଷ୍ଟ ହେବ । ଏଥିପାଇଁ ସେ ଘରକୁ ଘରକୁ ଯାଇ ଲୋକଙ୍କ ପାଖେ ପହଁଂଚିବେ ବୋଲି ଯୋଜନା କରିଛନ୍ତି ।
ନିର୍ବାଚନ ପ୍ରଚାର ସମୟ କ୍ରମେ ସରିସରି ଆସୁଛି । ଇତି ମଧ୍ୟରେ ବିଜେପି ଓ କଂଗ୍ରେସ ନିଜ ନିଜର ନିର୍ବାଚନ ଇସ୍ତାହାର ପ୍ରକାଶ କରିସାରିଲେଣି । ହେଲେ କ୍ଷମତାଶୀନ ଦଳ ଆମ ଆଦିମ୍ ପାର୍ଟି(ଆପ୍‌) ଏପର୍ଯ୍ୟନ୍ତ ତାହାର ଇସ୍ତାହାର ପ୍ରକାଶ କରିନାହିଁ । କେଜରିୱାଲ ଦିଲ୍ଲୀ ବାସୀଙ୍କ ପାଇଁ ଆଗାମୀ ୫ବର୍ଷର ଲାଗି କ’ଣ ଯୋଜନା ରଖିଛନ୍ତି ତାହା ଜାଣିବାକୁ ସବୁ ଭୋଟର ଅନାଇ ବସିଛନ୍ତି । ଏପରି ବିରୋଧୀ ଦଳ ମାନଙ୍କର ନଜର ମଧ୍ୟ କେଜିରଓ୍‌ôାଲଙ୍କ ଇସ୍ତାହାର ଉପରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking