39.1 C
Bhubaneswar
Wednesday, April 24, 2024
Homeଅପରାଧସ୍ତ୍ରୀର ଏହି ଜିନିଷ ଧରି ସ୍ୱାମୀ ଥାନାରେ ପହଞ୍ଚି କଲା ଅଭିଯୋଗ

ସ୍ତ୍ରୀର ଏହି ଜିନିଷ ଧରି ସ୍ୱାମୀ ଥାନାରେ ପହଞ୍ଚି କଲା ଅଭିଯୋଗ

ବାରବାଙ୍କି: ବିଭିନ୍ନ ସମୟରେ ପାରିବାରିକ କଳହ ନଚେତ କୌଣସି କାରଣକୁ ନେଇ ସନ୍ଦେହରେ ପାରିବାରିକ କଳହ ଭିନ୍ନ ଦିଗକୁ ଗତି କରି ଭିନ୍ନ ରୂପ ନେଇଥାଏ । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣାଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଦେଖିବାକୁ ମିଳିଛି । ଘରୋଇ କଳହକୁ କେନ୍ଦ୍ର କରି ସ୍ବାମୀ ନିଜ ପତ୍ନୀକୁ ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତର ନାଁ ଅଖିଲେଶ ରାୱତ୍ । ଅଖିଲେଶର ଘର ଜହାଙ୍ଗିରାବାଦ୍ ଥାନା ଅନ୍ତର୍ଗତ ବହାଦୂରପୂରା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଅଖିଲେଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । କିନ୍ତୁ ଦୁହିଁଙ୍କ ପରିବାର ଲୋକ ଆସି ବୁଝାସୁଝା କରିବା ପରେ ଦୁହେଁ ସାଥୀରେ ରହୁଥିଲେ । କିନ୍ତୁ ସମାଧାନର ପୁଣି କିଛି ଦିନ ପରେ ଦୁହେଁ ଝଗଡ଼ା କରୁଥିଲେ । ଘଟଣା ଦିନ ମଧ୍ୟ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅଖିଲେଶ ତାଙ୍କ ପତ୍ନୀଙ୍କୁ ଘର ଭିତରକୁ ନେଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟିଦେଇଥିଲେ। ପରେ ସାହସିକତାର ସହ ଅଖିଲେଶ କଟାମୁଣ୍ଡକୁ ହାତରେ ଧରି ପହଞ୍ଚିଥିଲା ଥାନାରେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଅଖିଲେଶ କଟା ମୁଣ୍ଡ ଧରି ଥାନା ଭିତରକୁ ପଶିବା ପୂର୍ବରୁ ପୁଲିସକର୍ମୀ ତାକୁ କାବୁ କରିନେଇଥିଲେ । ହାତରୁ କଟାମୁଣ୍ଡ ଛଡ଼ାଇବାକୁ ଚେଷ୍ଟା କରିବା ସମୟରେ ସେ ଜାତୀୟ ସଙ୍ଗୀତ ଗାଇବା ସହ ଭାରତ ମାତା କି ଜୟ କହିବା ଆରମ୍ଭ କରିଥିଲେ । କିଛି ସମୟ ପରେ ତାଙ୍କ ହାତରୁ ପତ୍ନୀଙ୍କର କଟା ମୁଣ୍ଡ ଛଡ଼ାଇ ଆଣିବାରେ ସଫଳ ହୋଇଥିଲା ପୁଲିସ । ତେବେ ଏ ସମ୍ପର୍କରେ ପୋଲିସ ଅଖିଲେଶକୁ ଗିରଫ କରି ଅଧିକ ତଦନ୍ତ ଚଳାଉଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking