19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶସନ୍ତ୍ରାସବାଦୀଙ୍କୁ ବିରିଆନି ନୁହେଁ ଗୁଳି ଦିଆଯିବ: ଯୋଗୀ

ସନ୍ତ୍ରାସବାଦୀଙ୍କୁ ବିରିଆନି ନୁହେଁ ଗୁଳି ଦିଆଯିବ: ଯୋଗୀ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ମଇଦାନ ଏବେ ବେଶ ସରଗରମ । ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଛି । ରାଜନୈତିକ ଦଳ ଗୁଡ଼ିକ ଆରୋପ ପ୍ରତ୍ୟାରୋପରେ ଲାଗିଛନ୍ତି । ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ପ୍ରଚାରରେ ସାମିଲ ହୋଇଛନ୍ତି । ପ୍ରଚାର ସମୟରେ ସେ ଏକ ବଡ଼ ବୟାନ ରଖିଛନ୍ତି । ବିଜେପି କ୍ଷମତାକୁ ଆସିଲେ ସନ୍ତ୍ରାସବାଦୀମାନଙ୍କୁ ‘ବିରିଆନୀ’ ଖାଇବାକୁ ଦେବନାହିଁ ଏହା ବଦଳରେ ସେମାନଙ୍କୁ ‘ଗୁଳି’ ଦେବ ବୋଲି ଯୋଗି ଆଦିତ୍ୟନାଥ କହିଛନ୍ତି ।
ଏକ ର‌୍ୟାଲିକୁ ସମ୍ବୋଦନ କରି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ପୁରା ବର୍ଷିଛନ୍ତି ।
ଯୋଗୀ ଆଦିତ୍ୟନାଥ କହିଛନ୍ତି ସିଏଏ ବିରୋଧୀଙ୍କୁ କେଜରୱାଲ ସରକାର ବିରିଆନୀ ଖାଇବାକୁ ଦେଉଛନ୍ତି । ଏହା ପ୍ରୋତ୍ସାହିତ କଲାଭଳି କାର୍ଯ୍ୟ ହେଉଛି । ଦିଲ୍ଲୀବାସୀଙ୍କୁ ସୁଧ ପାନୀୟଜଳ କେଜରିୱାଲ ସରକାର ଦେଇପାରିବ ନାହିଁ । ଏହା ବିଆଇଏସ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ସୂଚନା ମିଳୁଛି । ଏଥିରେ କୁହାଯାଇଛି ଦିଲ୍ଲୀ ସରକାର ତାଙ୍କ ଲୋକଙ୍କୁ ବିଷପାଣି ପିଇବାକୁ ଦେଉଛନ୍ତି । କିନ୍ତୁ ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି ସେମାନଙ୍କୁ ବିରିଆନୀ ଖାଇବାକୁ ଦେଉଛନ୍ତି । କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସନ୍ତ୍ରାସବାଦୀଙ୍କୁ ଖୋଜି ଖୋଜି ବିରିଆନୀ ବଦଳରେ ଗୁଳି କରାଯାଉଛି । ପୂର୍ବରୁ କାଶ୍ମୀରରେ ଟେକା ପଥର ମାଡ଼କରି ରକାରୀ ସମ୍ପତ୍ତି ନଷ୍ଟକାରୀମାନଙ୍କୁ ପାକିସ୍ତାନ ଅର୍ଥ ଦେଉଥିଲା । କେଜରିୱାଙ୍କ ଦଳ ଓ କଂଗ୍ରେସ ସେମାନଙ୍କୁ ସମର୍ଥନ କରୁଥିଲା । ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ପରେ ଏସବୁ ବନ୍ଦ ହୋଇଛି । ଆମ ସୈନିକମାନେ ପାକିସ୍ତାନ ସନ୍ତ୍ରାବବାଦୀଙ୍କୁ ନର୍କକୁ ପଠାଇଛନ୍ତି । କିନ୍ତୁ କେଜରିୱାଲ ଓ କଂଗ୍ରେସ ସେମାନଙ୍କୁ ବିରିଆନି ଦେଉଥିଲେ । ଯୋଗୀ କହିଛନ୍ତି କେଜରିୱାଲ ଚାହୁଁନାହାନ୍ତି ମେଟ୍ରୋ ବ୍ୟବସ୍ଥା, ସ୍ୱଚ୍ଛ ପାନୀୟ ଓ ବିଦ୍ୟୁତ । ସେ ଚାହୁଁଛନ୍ତି କେବଳ ‘ଶାହିନବାଗ’ । ଏଣୁ ଲୋକେ ବିଚାର କରନ୍ତୁ ସେମାନଙ୍କୁ ଦିଲ୍ଲୀର ବିକାଶ ଲୋଡା ନା ସାହେନବାଗ ଆବଶ୍ୟକ । କେଜରିୱାଲ ବିକାଶ ଦିଗରେ ଅର୍ଥ ଖର୍ଚ୍ଚ ନ କରି ସନ୍ତ୍ରାଦବାଦୀଙ୍କୁ ବିରିଆନି କରିବାରେ ଅର୍ଥ ବିନିଯୋଗ କରୁଛନ୍ତି ।
ଆଦିତ୍ୟନାଥ କହିଛନ୍ତି ସେମାନେ କୌଣସି ଧର୍ମ ଓ ସମ୍ପ୍ରଦାୟର କାର୍ଯ୍ୟକ୍ରମକୁ ବିରୋଧ କରନ୍ତିନାହିଁ । କାହାରି ଉତ୍ସବକୁ ବନ୍ଦ କରାଯାଉନାହିଁ । ସମସ୍ତଙ୍କୁ ସେମାନଙ୍କର ନିଜର ଧର୍ମ ଓ ପରମ୍ପରା ପାଳିବାକୁ ସୁଯୋଗ ଦିଆଯାଉଛି । ଆଇନର ଗଣ୍ଡି ଭିତରେ ରହି ଯିଏ ଯାହାର ଧର୍ମକୁ ପାଳନ କରିବ ଏଥିରେ କେହି ବାଧା ଦେଇପାରିବେ ନାହିଁ । କିନ୍ତୁ କେହି ଶିବ ଭକ୍ତଙ୍କ ଉପରକୁ ଗୁଳି କରିବ ଓ ଜାତୀୟାଣା ହିଂସା ସୃଷ୍ଟି କରିବ ତାକୁ ନିଶ୍ଚିନ୍ତ ଭାବରେ ଗୁଳିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସତର୍କ କରାଇ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking