29.1 C
Bhubaneswar
Monday, June 24, 2024
Homeଓଡିଶାମେୟରଙ୍କୁ ଦେବାଶିଷଙ୍କ ତେର୍ଚ୍ଛା ବାଣ

ମେୟରଙ୍କୁ ଦେବାଶିଷଙ୍କ ତେର୍ଚ୍ଛା ବାଣ

ଭୁବନେଶ୍ୱର: ମେୟର ସୁବାସ ସିଂଙ୍କୁ ଦେବାଶିଷ ସାମନ୍ତରାୟଙ୍କ ତେର୍ଚ୍ଛା ବାଣ । କଟକ ପେଟାନାଳ ପ୍ରକଳ୍ପ ଶିଳାନ୍ୟାସ ନେଇ ଟାର୍ଗେଟ କଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭ ଦେଇ ଭିସିରେ ଶିଳାନ୍ୟାସ କରିଥିଲେ । ଥରେ ଶିଳାନ୍ୟାସ ସରିଛି ପୁଣି କାହିଁକି କଲେ ଏମିତି ଏସବୁ କଥା ମେୟର ଜାଣିଥିବେ ।

କାର୍ଯ୍ୟକ୍ରମରେ ଖାଲି ବିଜେଡି କର୍ମୀ ଥିଲେ କିନ୍ତୁ କମିଶନର କାହିଁକି ଗଲେ । ସ୍ଥାନୀୟ ବିଧାୟକ ମହମ୍ମହ ମୋକିମଙ୍କୁ ନ ଡାକିବା ଦୁର୍ଭାଗ୍ୟଜନକ । ଏହା ସରକାରୀ କାର୍ଯ୍ୟକ୍ରମ ନା ମେୟରଙ୍କ ପ୍ରାଇଭେଟ ଫଙ୍କସନ୍ । କମିଶନର କିଛି ନ ବୁଝି ପେଟାନାଳ ବିବାଦକୁ ଯିବା ଠିକ୍ ହେଲାନି । ୨୦୨୧ ପ୍ରକ୍ଳପ ଡିପିଆର ପ୍ରସ୍ତୁତ ବେଳେ ମୁଁ ଥିଲି କହିଲେ ଦେବାଶିଷ ।

ଏହା ଜଳ ସମ୍ପଦ ବିଭାଗ ଅଧିନ, ବିଭାଗର କିଏ ଥିଲେ କି । ମେୟରଙ୍କ ଉଦ୍ଦେଶ୍ୟ କଣ ଜାଣିନି ଆଉ ମୁଁ ଏହାକୁ ଗୁରୁତର ସହ ନେଉନି । ଏହାକୁ କିଏ କରିଛି ଲୋକେ ଜାଣିଛନ୍ତି ଗଣମାଧ୍ୟମରେ ବାହାରି ସାରିଛି । ସେ ମୋର କମ୍ପିଟିଟର ନୁହଁନ୍ତି କି ମୁଁ ତାଙ୍କର କମ୍ପିଟିଟର ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking