ଆଇଜଲ: ମିଜୋରାମର ସାଇରଙ୍ଗ ଅଞ୍ଚଳରେ ନିର୍ମାଣାଧୀନ ଏକ ରେଳପୋଲ ବୁଧବାର ଭୁଶୁଡି ପଡିବାରୁ ସେଠାରେ କାର୍ଯ୍ୟରତ ୨୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଆହତ ୧୧ ଜଣଙ୍କୁ ଆଇଜଲସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧ୍ୱଂସସ୍ତୂପ ତଳେ ଆଉ କେତେକ ଶ୍ରମିକ ପୋତିହୋଇଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ରାଜଧାନୀ ଆଇଜଲଠାରୁ ୨୧ କିମି ଦୂର ସାଇରଙ୍ଗ୍ ଅଞ୍ଚଳରେ ଭୈରଭୀ-ସାଇରଙ୍ଗ୍ ରେଳ ପ୍ରକଳ୍ପ ଅନୁଯାୟୀ ୧୩୦ଟି ପୋଲି ନିର୍ମାଣ କରାଯାଉଛି ।
ତେବେ ବୁଧବାର ଏଥିମଧ୍ୟରୁ ଗୋ ଟିଏ ପୋଲ ଭୁଶୁଡି ପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ସମବେଦନା ଜ୍ଞାପନ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ରେଳବାଇ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଦୁର୍ଘଟଣା ପ୍ରସଙ୍ଗରେ ମିଜୋରାମ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ ଫୋନ୍ରେ କଥାବାର୍ତ୍ତା କରିଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।