34.1 C
Bhubaneswar
Saturday, May 18, 2024
Homeଅପରାଧଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ମୃତ୍ୟୁ

ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ମୃତ୍ୟୁ

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଗଣଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି। ଗାଜିଆବାଦର ହାଉସିଂ ସୋସାଇଟିରେ କାର୍ଯ୍ୟରତ ମହିଳା ସୁରକ୍ଷା କର୍ମୀ ଜଣକ ସୋମବାର ତାଙ୍କ ସୁପରଭାଇଜର ଓ ତାଙ୍କର କିଛି ସହଯୋଗୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରଖା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ଅଜୟ (୩୨) କୁ ଗିରଫ କରାଯାଇଛି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ପୁଲିସର ସୂଚନାନୁସାରେ ଏହି ଅପରାଧ ରବିବାର ଦିନ ଘଟିଛି। ତାଙ୍କ ଅବସ୍ଥା ଖରାପ ହେବାପରେ ପୀଡିତାଙ୍କୁ ତାଙ୍କ ସହକର୍ମୀମାନେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସୋମବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହିଳା ଜଣକ ଝାଡ଼ଖଣ୍ଡ ବାସିନ୍ଦା ହୋଇଥିବା ବେଳେ ଚାକରି କରିବାକୁ ଗାଜିଆବାଦର ହାଉସିଂ ସୋସାଇଟି ନିକଟରେ ସେ ତାଙ୍କ ମାଉସୀଙ୍କ ସହିତ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ସମାଜର ତଳ ମହଲାରେ ତିନିଜଣ ବ୍ୟକ୍ତି ମିଶି ଗଣଦୁଷ୍କର୍ମ କରିବା ସହ ବାଡ଼ାପିଟା ବି କରିଥିଲେ। ଖାଲି ସେତିକି ନୁହେଁ, ପରେ ମହିଳା ଜଣକ ବିଷ ପିଇ ଦେଇଥିଲେ। ଯେଉଁ କାରଣରୁ ତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିସିପି (ଗ୍ରାମୀଣ) ବିବେକ ଚାନ୍ଦ ଯାଦବ ପିଟିଆଇକୁ କହିଛନ୍ତି ଯେ ଦୁଷ୍କର୍ମ ବିଭାଗ (୩୭୬ ଆଇପିସି) ଅଧୀନରେ ପୁଲିସ ଏଫଆଇଆର ପଞ୍ଜିକୃତ କରିଛି। ବେସମେଣ୍ଟ ଭିତରେ ଥିବା ସିସିଟିଭି କ୍ୟାମେରାରୁ ପୁଲିସ ଫୁଟେଜ ପାଇଛି, ହେଲେ‌ ସେଥିରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଦୃଶ୍ୟ କଏଦ ହୋଇନାହିଁ। ଚାନ୍ଦ ଏହା ମଧ୍ୟ କହିଛନ୍ତି ଯେ ‘ବିଷ ପିଇବା ପରେ କିମ୍ବା ଫୁସଫୁସ ରୋଗ ହେତୁ ତାଙ୍କର ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ଫୋରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking