କାଏରୋ : ଇଜିପ୍ଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଶନିବାର ଇଜିପ୍ଟରେ ଏକ ବସ୍ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ଡକହଲିଆ ପ୍ରଦେଶରେ ଏକ ମିନିବସ୍ ଏକ କେନାଲରେ ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଅଘଟଣରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ବସ୍ ରାଜପଥରୁ ଓହ୍ଲାଇ ଉତ୍ତର ଡକହଲିଆ ଅଞ୍ଚଳର ଆଗାର ମନସୁରା କେନାଲକୁ ଖସି ପଡ଼ିଥିଲା । ବର୍ତ୍ତମାନ ଘଟଣାସ୍ଥଳକୁ ୧୮ଟି ଆମ୍ବୁଲାନ୍ସ ପଠାଯାଇଛି । ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଦୁର୍ଘଟଣା ସମୟ ପରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ବାସିନ୍ଦା ପାଣିରୁ ମୃତଦେହ ଉଦ୍ଧାର କରିବାରେ ପୋଲିସକୁ ସାହାଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ରିପୋର୍ଟରେ ଅନୁସାରେ, ବସ୍ରେ ମୋଟ୍ ୩୫ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ ଏକ ଅନେକ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଅଧିକାଂଶ ଛାତ୍ରଛାତ୍ରୀ ଆହତ ଅଛନ୍ତି । ମୃତକଙ୍କ ମଧ୍ୟରେ ଛଅ ଜଣ ମହିଳା ଏବଂ ତିନି ପିଲା ମଧ୍ୟ ସାମିଲ ଥିବା ସୂଚନା ମିଳିଛି ।
ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଜୀବନ ହରାଇଥିବା ରୋଜଗାରିଆ ସଦସ୍ୟଙ୍କ ପରିବାରକୁ ୧୦୦,୦୦୦ ପାଉଣ୍ଡ୍ କ୍ଷତିପୂରଣ ପ୍ରଦାନ କରାଯିବ । ସେହିପରି ଅନ୍ୟ ପୀଡିତଙ୍କ ପରିବାରକୁ ୨୫,୦୦୦ ଏବଂ ଆହତ ୫,୦୦୦ ପାଉଣ୍ଡ୍ ପ୍ରଦାନ କରାଯିବ ।