19.1 C
Bhubaneswar
Tuesday, November 19, 2024
Homeଓଡିଶାଓଡ଼ିଆ ଯୁବକଙ୍କ ମୃତଦେହ ବେଙ୍ଗାଲୁର ଷ୍ଟେସନରୁ ଉଦ୍ଧାର

ଓଡ଼ିଆ ଯୁବକଙ୍କ ମୃତଦେହ ବେଙ୍ଗାଲୁର ଷ୍ଟେସନରୁ ଉଦ୍ଧାର

ଗଞ୍ଜାମ : ଜରଡ଼ା ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ସନ୍ତୋଷ ପ୍ରଧାନ(୩୬)ଙ୍କ ମୃତଦେହ ବେଙ୍ଗାଲୁରର ଏକ ରେଳଷ୍ଟେସନ୍‌ରୁ ଉଦ୍ଧାର ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ସନ୍ତୋଷ ଜିଲୁଣ୍ଡା ଗ୍ରାମରେ ଦତ୍ତପୁତ୍ର ହୋଇଥିବା ବେଳେ ବାଙ୍ଗାଲୋରର ଏକ କମ୍ପାନୀରେ କାମ କରୁଥିଲେ । ତିନି ଦିନ ତଳେ କାର୍ଯ୍ୟରତ କମ୍ପାନୀରୁ ଅନ୍ୟ ଏକ କମ୍ପାନୀକୁ ସ୍ଥାନାନ୍ତରିତ ହେଉଥିବା ଘରକୁ ଫୋନ ଯୋଗେ କହିଥିଲେ । ଦୁଇ ଦିନ ହେଲା ସନ୍ତୋଷଙ୍କ ସହ ଯୋଗାଯୋଗ ହୋଇ ପାରୁନଥିବା ଯୋଗୁଁ ପରିବାର ଲୋକେ ବିବ୍ରତ ହୋଇଥିଲେ । ସୋମବାର ସକାଳେ ବେଙ୍ଗାଲୁରର ଏକ ରେଲୱେ ଷ୍ଟେସନ ନିକଟରୁ ମୃତଦେହ ଠାବ ହୋଇଥିବା ନେଇ ସେଠାକାର ପୁଲିସ ଖବର ଦେଇଥିଲା । ଜରଡ଼ା ଥାନା ଅଧିକାରୀ ସେଠାକାର ପୁଲିସ୍ ସହ ଯୋଗାଯୋଗ କରି ଶବ ବ୍ୟବଚ୍ଛେଦ ପାଇଁ କଥାବାର୍ତ୍ତା ହୋଇଛନ୍ତି । ସନ୍ତୋଷଙ୍କ ଭାଇ ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସ୍ ତଦନ୍ତ ପରେ ଜଣାପଡ଼ିବ। ସନ୍ତୋଷଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସୁବର୍ଣ୍ଣପୁର ଓ ଜିଲୁଣ୍ଡା ଗ୍ରାମବାସୀ ସ୍ତବ୍ଧ ହୋଇଥିବା ବେଳେ ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking