କେନ୍ଦ୍ରାପଡା : ଜିଲ୍ଲା ର ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ ର କଣ୍ଡରାପାଟିଆ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକି ହୃଦୟ ଥରାଇଦେଲା ଭଳି ଦୃଶ୍ୟ ଜଣେ ମହିଳା ର ଗଳାକଟା ଯାଇଛି ଓ ୪ ବର୍ଷର ଶିଶୁ ପୁତ୍ର ଅଚେତ ଅବସ୍ଥାରେ ରକ୍ତାକ୍ତ ହୋଇ ରାସ୍ତା କଡରେ ପଡିରହିଛି।ସ୍ଥାନୀୟ ଲୋକମାନେ ଦେଖିବା ପରେ ୧୦୮ ଆମ୍ବୁଲାନ୍ସ ଡକାଇ ବାବର ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ପାରିପାର୍ଶ୍ବିକ ପରିସ୍ଥିତି ଦୃଷ୍ଟି କୋଣରୁ ଜଣାପଡୁଛି ଯେ ଏକ ହତ୍ୟାକାଣ୍ଡ ଦୃବର୍ତ୍ତ ପ୍ରଥମେ ରାସ୍ଥା ଉପରେ ମା ର ଗଳାକାଟି ସାରିବାପରେ ମହିଳା କୁ ରାସ୍ଥା କଡକୁ ଫିଙ୍ଗିଦେଇଥିବା ବେଳେ ୪ବର୍ଷ ର ଶିଶୁ ପୁତ୍ର ଟିକୁ ମୁଣ୍ଡ କୁ ଆଘାତ କରି ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ମହିଳା ଓ ଶିଶୁ ପୁତ୍ରର ପରିଚୟ ମଳିପାରିନାହିଁ।
ଘଟଣା ସ୍ଥଳରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହେଶ୍ବର ସେଠୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।