35.1 C
Bhubaneswar
Sunday, May 19, 2024
Homeଓଡିଶାନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଅଞ୍ଚଳର ଏକ ଘରୁ ସୋମବାର ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ସରୋଜିନୀ ପ୍ରଧାନଙ୍କ ଝିଅ ଜ୍ୟୋତିମୟୀ ପ୍ରଧାନ(୧୬) । ପାରିବାରିକ କଳହରୁ ଜ୍ୟୋତି ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ବାଣପୁର ଅଞ୍ଚଳର ସରୋଜିନୀ ପ୍ରଧାନ ରଙ୍ଗମାଟିଆରେ କିଛିବର୍ଷ ହେବ ରହିଆସୁଛନ୍ତି । ସ୍ୱାମୀ ଆରପାରିକୁ ଚାଲିଯାଇଥିବାରୁ ସେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ଭରଣପୋଷଣ କରନ୍ତି । ଘରେ ନାବାଳିକା ଝିଅ ଓ ପୁଅ ଦୁହେଁ ।

ଝିଅ ଜ୍ୟୋତିମୟୀ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଘରର ସବୁ କାମ କରୁଥିଲେ । ସବୁଦିନ ଭଳି ସୋମବାର ସକାଳେ ସରୋଜିନୀ କାମକୁ ବାହାରିଯାଇଥିଲେ । ଦିନ ସାଢ଼େ ୨ଟାରୁ ୩ଟା ମଧ୍ୟରେ ଜ୍ୟୋତି ଘର ଭିତରପଟୁ କବାଟ ଦେଇ ଆତ୍ମହତ୍ୟା କରିଦେଇଥିଲେ । ଅପରାହ୍ଣରେ ସରୋଜିନୀ ଫେରିବାବେଳକୁ ଘର ଭିତର ପଟୁ କବାଟ ବନ୍ଦ ହୋଇଥିଲା ।

ଡାକିଥିଲେ ବି କେହି ଶୁଣିନଥିଲେ । ଏହାପରେ ସେ ଝରକା ଖୋଲି ଦେଖନ୍ତି ତ, ଝିଅ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍‌ରେ ଝୁଲୁଛି । ଏହାଦେଖି ସରୋଜିନୀ କବାଟ ଭାଙ୍ଗି ଝିଅକୁ ଉଦ୍ଧାର କରିବାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଯୁବତୀ ଆତ୍ମହତ୍ୟା କରିଥିବା ମଞ୍ଚେଶ୍ୱର ଥାନାଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking