27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଜଙ୍ଗଲରେ ୫୦୦ ଗୋରୁଙ୍କ ମୃତଦେହ, ଲୋକେ ଆତଙ୍କିତ

ଜଙ୍ଗଲରେ ୫୦୦ ଗୋରୁଙ୍କ ମୃତଦେହ, ଲୋକେ ଆତଙ୍କିତ

ଶିବପୁରୀ:  ମଧ୍ୟପ୍ରଦେଶର ସିଲାରପୁର ନାମକ ଗ୍ରାମ ନିକଟବର୍ତ୍ତୀ ଏକ ଜଙ୍ଗଲରୁ ପ୍ରାୟ ୫୦୦ ଗାଈଗୋରୁଙ୍କ ମୃତଦେହ ପଡିରହିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏସବୁ ମୃତ ଗାଈଗୋରୁ ଏହି ଅଞ୍ଚଳର ନୁହଁନ୍ତି । ଅର୍ଥାତ୍ ଏତେ ସଂଖ୍ୟକ ଗାଈଗୋରୁଙ୍କ ମୃତଦେହଗୁଡ଼ିକୁ ଅନ୍ୟ କେଉଁଠୁ ଆଣି ଏଠାରେ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଏସବୁ ମୃତ ଗାଈଗୋରୁଙ୍କୁ ସହରାଞ୍ଚଳରୁ ଅଣାଯାଇ ଏଠାରେ ପକାଯାଇଛି ।

ତେବେ ଏସମ୍ପର୍କରେ ଜଙ୍ଗଲ କର୍ତ୍ତୃପକ୍ଷଙ୍କ ସମେତ ପ୍ରଶାସନକୁ ମଧ୍ୟ ସୂଚୀତ କରାଯିବା ପରେ ମଧ୍ୟ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସିଲାରପୁର ଗ୍ରାମ ମୁଖ୍ୟ  ବା ସରପଞ୍ଚ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପୌରପାଳିକା ପକ୍ଷରୁ ଗାଈଗୋରୁଙ୍କ ମୃତଦେହକୁ ପକାଇବା ପାଇଁ ଜଙ୍ଗଲ ଜମିକୁ ଡମ୍ପିଂ ଗ୍ରାଉଣ୍ଡ ଭାବେ ବ୍ୟବହାର କରାଯାଇଥିବା କଥାକୁ ସ୍ୱୀକାର କରାଯାଇନଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପ୍ରକାଶ ଏହି ଅଞ୍ଚଳ ଶିବପୁରୀ-ଝାନ୍‌ସୀ ସୀମାରେଖାରେ ଅବସ୍ଥିତ । ଅନୁସନ୍ଧାନ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking