34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଡି ବ୍ରୁନ୍‌ଙ୍କ ଅବସର ଘୋଷଣା

ଡି ବ୍ରୁନ୍‌ଙ୍କ ଅବସର ଘୋଷଣା

ଜୋହାନ୍ସବର୍ଗ: ସାଉଥ୍ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଥିଉନିସ୍ ଡି ବ୍ରୁନ୍ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ମାତ୍ର ୩୦ ବର୍ଷ ବୟସରେ ଅବସର ଘୋଷଣା କରିଥିବା ଡି ବ୍ରୁନ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ରେ ୧୩ଟି ଟେଷ୍ଟ୍ ଓ ୨ଟି ଟି-୨୦ ଖେଳିଛନ୍ତି । ଗତ ୨୦୧୭ ଜାନୁଆରୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ହେଁ ଡି ବ୍ରୁନ୍ ସାଉଥ୍ ଆଫ୍ରିକା ପକ୍ଷରୁ କୌଣସି ଫର୍ମାଟ୍ ପାଇଁ ଦଳରେ ସ୍ଥାନ ପକ୍କା କରିବାରେ ବିଫଳ ରହିଥିଲେ । ନିଜ ଦେଶ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିପାରିଥିବାରୁ ଏଥିପାଇଁ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ଓ ଏହା ତାଙ୍କ କ୍ୟାରିଅର୍‌ର ସବୁଠାରୁ ଶ୍ରେଷ୍ଠ ସମୟ ବୋଲି ଟାଇଟାନ୍ସ ପକ୍ଷରୁ ଜାରି ଏକ ବିବୃତିରେ ଡି ବ୍ରୁନ୍ କହିଛନ୍ତି ।

ଟେଷ୍ଟ୍ କ୍ରିକେଟ୍‌ରେ ଡି ବ୍ରୁନ୍ ୨୫ଟି ଟେଷ୍ଟ୍ ଇନିଂସରେ ଶ୍ରୀଲଙ୍କା ବିପକ୍ଷ ଶତକ ସହ ମୋଟ ୪୬୮ ରନ୍ କରିଛନ୍ତି । ସେହିପରି ଗତ ବର୍ଷ ଏମ୍‌ସିଜିଠାରେ ଖେଳାଯାଇଥିବା ବକ୍ସିଂ ଡେ’ ଟେଷ୍ଟ୍‌ରେ ଡି ବ୍ରୁନ୍ ଶେଷ ଥର ପାଇଁ ସାଉଥ୍ ଆଫ୍ରିକା ପକ୍ଷରୁ ଖେଳିଥିଲେ । ତେବେ ପ୍ରଥମ ସନ୍ତାନ ଅପେକ୍ଷାରେ ଥିବାରୁ ଡି ବ୍ରୁନ୍ ଉକ୍ତ ସିରିଜ୍ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ନିକଟରେ ଶେଷ ହୋଇଥିବା ପ୍ରଥମ ଏସ୍‌ଏଟି-୨୦ ପ୍ରତିଯୋଗିତାରେ ରନର୍ସଅପ୍ ହୋଇଥିବା ପ୍ରିଟୋରିଆ କ୍ୟାପିଟାଲ୍ସ ପକ୍ଷରୁ ଡି ବ୍ରୁନ୍ ଖେଳିଥିଲେ । ଏଥିରେ ସେ ୨୩୮ ରନ୍ ସହ ଦଳ ପକ୍ଷରୁ ଯୁଗ୍ମ ସର୍ବାଧିକ ସ୍କୋରର୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking