14.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଲାଇସେନ୍ସ ବିନା ଔଷଧ ବିକ୍ରି କରୁଥିବା ଇ-ଫାର୍ମାସୀ କମ୍ପାନୀକୁ ଡିସିଜିଆଇର କାରଣ ଦର୍ଶାଅ ନୋଟିସ

ଲାଇସେନ୍ସ ବିନା ଔଷଧ ବିକ୍ରି କରୁଥିବା ଇ-ଫାର୍ମାସୀ କମ୍ପାନୀକୁ ଡିସିଜିଆଇର କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ଇ-ଫାର୍ମାସୀ କମ୍ପାନୀ ବିରୁଦ୍ଧରେ ଶକ୍ତ ପଦକ୍ଷେପ ଗ୍ରହଣ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ । ବିନା ଲାଇସେନ୍ସରେ କିଛି ଫାର୍ମସୀ କମ୍ପାନୀ ଅନଲାଇନରେ ଔଷଧ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ଆମାଜନ, ଫ୍ଲିପକାର୍ଟ ସମେତ କେତେକ ଇ-ଫାର୍ମାସୀ କମ୍ପାନୀଗୁଡ଼ିକୁ ଡିସିଜିଆଇର କାରଣ ଦର୍ଶାଇ ନୋଟିସ ଜାରି କରିଛି । ଫେବୃୟାରୀ ୧୦ ତାରିଖରେ ଟାଟା ୧ ଏମଜି, ଆମାଜନ ଏବଂ ଫ୍ଲିପକାର୍ଟ ସମେତ କେତେକ ଅନଲାଇନ ଫାର୍ମାସୀ କମ୍ପାନୀକୁ ଡିସିଜିଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ବିନା ଲାଇସେନ୍ସରେ କିଭଳି ଔଷଧ ଯୋଗାଯାଉଛି ଏବଂ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଁଯିବ ନାହିଁ ବୋଲି ଡିସିଜିଆଇ ନୋଟିସରେ ଉଲ୍ଲେଖ କରିଛନ୍ତି । ଡ୍ରଗ୍ସ ଓ କସମେଟିକ ଆକ୍ଟ ୧୯୪୦ ଅନୁଯାୟୀ, ବିନା ଅନୁମତିରେ ଔଷଧ ବିକ୍ରି କରିବା ନିଷିଦ୍ଧ ଅଟେ । ମାତ୍ର ଏହି କମ୍ପାନୀଗୁଡ଼ିକ ନିୟମ ଉଲ୍ଲଂଘନ କରି ଔଷଧ ବିତରଣ କରିଛନ୍ତି । ଇଣ୍ଟରନେଟ ବ୍ୟବହାର କରି ଅନଲାଇନ ମାଧ୍ୟମରେ ବିଭିନ୍ନ ଆପ ତଥା ଇଲେକ୍ଟ୍ରୋନିକ ପ୍ଲାଟଫର୍ମରେ ଔଷଧ ବିତରଣ କରୁଥିବା ନେଇ କାର୍ଯ୍ୟାଳୟ ଅଭିଯୋଗ ଗ୍ରହଣ କରିଛି । ଯାହା ଡ୍ରଗ୍ସ ଓ କସ୍‌ମେଟିକ ଆକ୍ଟ ୧୯୪୦ ନିୟମକୁ ଉଲ୍ଲଂଘନ କରୁଥିବା ଡିସିଜିଆଇ ଜାରି କରିଥିବା ନୋଟିସରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking