ସଇଁନ୍ତଲା : ପୁଅ କିମ୍ବା ଝିଅ ଘରେ ଜନ୍ମ ହେଲେ ଛୋଟ ବେଳରୁ ବାପା ମାଆ ପିଲାଙ୍କ ପାଇଁ ଅନକେ ସ୍ୱପ୍ନ ଦେଖନ୍ତି ମୋ ପୁଅ କିମ୍ବା ଝିଅ ବଡ଼ ହେଲେ ଭଲ ଅଫିସର ହେବ ଗୌରବ ଅର୍ଜନ କରିବ । ତେବେ ଏଭଳି ଏକ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ(ଫପସି) ଗାଁର ଝିଅ ପ୍ରୀତି ମହାନନ୍ଦ(୨୧) । ସେ ଗତ ୩୧ ଅଗଷ୍ଟ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ସ୍ୱର୍ଗତ ଗୋବିନ୍ଦ ମହାନନ୍ଦ ଓ ମାଆ ସୁଲୋଚନା ମହାନନ୍ଦ ଙ୍କ ଝିଅ । ଛୋଟ ବେଳରୁ ତାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ତାଙ୍କ ମାମୁଁ ଅମିତ ଦୀପ ମାଇଁ ଅମ୍ରିତା ଦୀପଙ୍କ ଘରେ ରହି ପାଠ ପଢୁଛନ୍ତି । ପୁଅ ଠାରୁ ଅଧିକ ଝିଅଙ୍କ ପ୍ରତି ଗୁରୁତର ଦେଇ ପାଠ ପଢା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ତାଙ୍କ ମାମୁଁ ଙ୍କ ପରିବାର ଲୋକେ ସହଯୋଗ କରନ୍ତି ।
ତାଙ୍କର ଗୋଟିଏ ଭଉଣୀ ଓ ଗୋଟିଏ ଭାଇ ମଧ୍ୟ ରହିଛନ୍ତି । ବର୍ତ୍ତମାନ ଟିଟିଲାଗଡ଼ ଡିଏଭି କଲେଜରେ ଯୁକ୍ତ ୩ରେ ବିଏସ୍ସି ତୃତୀୟ ବର୍ଷ ରେ ଅଧ୍ୟୟନ କରୁଛନ୍ତି । ସ୍କୁଲରେ ପାଠ ପଢା ବେଳରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲା ଏବଂ ରାଜ୍ୟ ବାହାରେ ମଧ୍ୟ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ମଧ୍ୟ ହାସଲ କରିଥିବା ବେଳେ ନୃତ୍ୟ ପରିବେଷଣ କରି ଅନେକ ଥର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ପାରିଛନ୍ତି । କ୍ରୀଡ଼ା ପ୍ରତିଯୋଗିତାରେ ୨୦୧୬-୧୭ ମସିହାରେ ଜିଲ୍ଲା ସ୍ତରରେ ଚାମ୍ପିଅନ ହୋଇଛନ୍ତି । ସେଥିପାଇଁ ପରିବାର ଲୋକେ ତାଙ୍କ ଉପରେ ଅନେକ ଆଶା ଓ ଭରଷା କରିବା ସହ ଅନେକ ଉତ୍ସାହିତ ଦେଖିବାକୁ ମଧ୍ୟ ମିଳି ପାରିଛି ।
ପ୍ରୀତି କହନ୍ତି ଯେ, ତାଙ୍କ ବାପାଙ୍କର ଅନେକ ସ୍ୱପ୍ନ ମଧ୍ୟ ରହି ଥିଲା ଯେ ତାଙ୍କ ଝିଅ ପ୍ରତି ବଡ଼ ହେଲେ ଭଲ ମଣିଷ ଟିଏ ହୋଇ ପରିବାର ଲୋକଙ୍କ ସୁନାମ ଅର୍ଜନ କରିବ । ତେବେ ପ୍ରୀତି ତାଙ୍କର ସ୍ୱପ୍ନକୁ ଧୀରେ ଧୀରେ ପୂରଣ କରିବାରେ ସଫଳତା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଦେଶର ରାଜଧାନୀରେ ରାଷ୍ଟ୍ରୀୟ ଗଣତନ୍ତ୍ର ସମାରୋହରେ ପଲ୍ଲୀ ଠାରୁ ଦିଲ୍ଲୀକୁ ଯାଇ ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼ଟ ପ୍ରୀତି ମହାନନ୍ଦ ଭାଗ ନେବାର ସୁଯୋଗ ଲାଭ କରି ମହାବିଦ୍ୟାଳୟ ସୁନାମ ଆଣିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଛାତ୍ରୀଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବଡ଼ମାନ(ଫପସି) ମାଟିର ଝିଅ ପ୍ରୀତି ପଶ୍ଚିମ ଓଡିଶା ପାଇଁ ଗୌରବ ଆଣିଛନ୍ତି ।
ସେ ଏନସିସି ରେ ସଫଳତା ହାସଲ କରି ଦିଲ୍ଲୀ ଠାରେ ରାଜପଥ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସଇଁନ୍ତଲା ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେଡ୍ରେ ମଧ୍ୟ ଭାଗ ନେବାକୁ ସୁଯୋଗ ଲାଭ କରିଥିବା ବେଳେ ପ୍ରୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦେଖିବା ପରେ ଅନେକ ଉତ୍ସାହିତ ଅଛନ୍ତି । ପଶ୍ଚିମ ଓଡ଼ିଶା ୫୭ ଜଣ କ୍ୟାଡଟ ସାମିଲ ହୋଇଥିଲେ ସେଥି ମଧ୍ୟରୁ ପଶ୍ଚିମ ଓଡିଶାର ଜଣେ ମାତ୍ର ଝିଅ ପ୍ରୀତି ସଫଳତା ହାସଲ କରିଛନ୍ତି । ପ୍ରୀତି ଙ୍କ ପାଇଁ ଅନେକ ସ୍ୱପ୍ନ ରହି ଥିବା ବେଳେ ଆର୍ମି ଅଫିସର ହେବାର ତାଙ୍କର ଲକ୍ଷ୍ୟ ଥିବା କହିଛନ୍ତି । ଆଜି ଦିଲ୍ଲୀରୁ ପ୍ରୀତି ତାଙ୍କ ବାସ ଭବନକୁ ଫେରିବା ପରେ ପରିବାର ଲୋକେ ତାଙ୍କୁ ଉତ୍ସାହ ସହିତ ଫୁଲତୋଡ଼ା ଓ ନାଚ ଗୀତରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।