30.1 C
Bhubaneswar
Saturday, July 6, 2024
Homeଅପରାଧରାସ୍ତା ମଝିରେ ଶାଶୂଙ୍କୁ ଘୋଷାରି ଘୋଷାରି ମାଡ଼ ମାରିଲେ ବୋହୂ

ରାସ୍ତା ମଝିରେ ଶାଶୂଙ୍କୁ ଘୋଷାରି ଘୋଷାରି ମାଡ଼ ମାରିଲେ ବୋହୂ

ଲକ୍ଷ୍ନୌ: ସୋସିଆଲ ମିଡିଆରେ ମଣିଷପଣିଆକୁ ନେଇ ପ୍ରଶ୍ନ ପଚାରୁଥିବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ମାନବିକତାକୁ ଉଲଗ୍ନ କରିଦେଉଥିବାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଜଣେ ମହିଳା କିପରି ବୃଦ୍ଧ ମହିଳାଙ୍କୁ ବାଡ଼ିରେ ପିଟୁଛନ୍ତି। କେବଳ ଏତିକି ନୁହେଁ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ବୃଦ୍ଧାଙ୍କୁ ମହିଳା ଓ ତାଙ୍କ ମା ମାଡ ମାରିବାରେ ଲାଗିଛନ୍ତି। ଆଉ ବିଚ ରାସ୍ତାରେ ଏହି ଘଟଣା ଘଟିଥିବାବେଳେ ମହିଳାଙ୍କୁ ମାଡ ମାରୁଥିବା ମହିଳା ଓ ନିର୍ଯାତନାର ଶିକାର ମହିଳା ବୋହୂ ଏବଂ ଶାଶୁ ବୋଲି ଜଣାପଡିଛି । ଯେତେବେଳେ ବୃଦ୍ଧ ମହିଳା ତାଙ୍କୁ ବଞ୍ଚାଇବା ପାଇଁ ଆଖପାଖର ଲୋକଙ୍କୁ ନିବେଦନ କଲେ, ବୋହୂର ଭାଇ ମଧ୍ୟ ଲୋକଙ୍କୁ ଧମକଚମକ ଦେଇଥିଲେ ।

ତେବେ ରାସ୍ତା ମଝିରେ ବୋହୂ ଓ ତାଙ୍କ ମା ଏତେ ମାଡ ମାରିଥିଲେ ଶାଶୁଜଣକ ଚେତା ହରାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ବୋହୂ ଏବଂ ତାଙ୍କ ମାଙ୍କୁ ଗିରଫ କରିଛି । ପୀଡିତା ମହିଳା ମୀନା ଦେବୀ କହିଛନ୍ତି ଯେ ତାଙ୍କ ପୁଅ ରୋଶନ ଏବଂ ବୋହୂ ଖୁସବୁଙ୍କ ମଧ୍ୟରେ ପାରିବାରିକ ବିବାଦ ରହିଛି। ଏହି ବିବାଦ ହେତୁ ବୋହୂ ଖୁସବୁ ତାଙ୍କ ବାପଘରେ ରହିବାକୁ ଲାଗିଲେ। ବୋହୂ ପ୍ରାୟ ଦେଢ଼ ମାସ ଧରି ବାପ ଘରେ ରହୁଥିବାବେଳେ ଶନିବାର ଅପରାହ୍ନରେ ସେ ରାସ୍ତାରେ ଯାଉଥିବାବେଳେ ତାଙ୍କ ବୋହୂ ରାସ୍ତାରେ ଝଗଡା କରିବାକୁ ଲାଗିଥିଲେ । ଏହା ପରେ ବୋହୂ ମାଡ଼ ମାରିବା ଆରମ୍ଭ କଲେ। ବୋହୂଙ୍କ ସହ ତାଙ୍କ ମା ଓ ଭାଇ ମଧ୍ୟ ମିଶି ତାଙ୍କୁ ମାଡ ମାରିଥିଲେ । ଏନେଇ ଥାନା ଅଧିକାରୀ ଅଜିତ ସିଂ କହିଛନ୍ତି ଯେ ମହିଳାଙ୍କ ମଧ୍ୟରେ ଝଗଡା ହେବାର ଏକ ଭିଡିଓ ଭାଇରାଲ ହୋଇଥିଲା । ପୀଡିତା ମହିଳାଙ୍କ ଅଭିଯୋଗ ଉପରେ ଉଭୟ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking