27.1 C
Bhubaneswar
Wednesday, June 26, 2024
Homeଅପରାଧଶ୍ୱଶୁରକୁ ଟାଙ୍ଗିଆରେ ଆକ୍ରମଣ କଲା ବୋହୂ

ଶ୍ୱଶୁରକୁ ଟାଙ୍ଗିଆରେ ଆକ୍ରମଣ କଲା ବୋହୂ

କେଉଁଝର : ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ଗୁରୁତର । କେଉଁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବେଣାମୁଣ୍ଡା କୁମ୍ଭାର ସାହିରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଖାଇସାରି ଶୋଇଥିବା ବେଳେ ବୋହୂ କୁନି ବେହେରା ଶ୍ଵଶୁର ଆନନ୍ଦ ବେହେରାଙ୍କ ବେକରେ ଟାଙ୍ଗିଆରେ ଚୋଟ ପକାଇଥିଲା । ଏବଂ ଆନନ୍ଦ ଚିତ୍କାର କରିବାରୁ ବୋହୂ ସେଠାରୁ ପଳାଇ ଯାଇଥିଲା । ତେବେ ପରିବାର ଲୋକ ସଙ୍ଗେସଙ୍ଗେ ଆନନ୍ଦଙ୍କୁ ଉଦ୍ଧାର କରି ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହାସହ ଆଗରୁ ମଧ୍ୟ ଶ୍ଵଶୁର ଆନନ୍ଦଙ୍କୁ ବୋହୂ ବିଷ ଦେଇ ମାରିବା ପାଇଁ ଚେଷ୍ଟା କରିଥିବା କୁହାଯାଉଥିବା ବେଳେ ବୋହୂ କୁନିକୁ ପୋଲିସ ଅଟକ ରଖ୍ ଅଧୂକ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking