25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶମହଙ୍ଗା ପଡିଲା ମହାକାଳେଶ୍ୱର ମନ୍ଦିରରେ ଡ୍ୟାନ୍ସ, ୨ ମହିଳା ସୁରକ୍ଷା କର୍ମୀ ବହିଷ୍କୃତ

ମହଙ୍ଗା ପଡିଲା ମହାକାଳେଶ୍ୱର ମନ୍ଦିରରେ ଡ୍ୟାନ୍ସ, ୨ ମହିଳା ସୁରକ୍ଷା କର୍ମୀ ବହିଷ୍କୃତ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ମହାକାଳେଶ୍ୱର ମନ୍ଦିରର ଦୁଇଜଣ ମହିଳା ସୁରକ୍ଷା କର୍ମୀ କର୍ତ୍ତବ୍ୟ ସମ୍ପାଦନ ସମୟରେ ବଲିଉଡ୍ ଗୀତରେ ଡ୍ୟାନ୍ସ କରିବା ସହ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରିଥିବାରୁ ସେମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ମନ୍ଦିର ପରିସର ମଧ୍ୟରେ ସୁରକ୍ଷା କର୍ମୀମାନେ କେବଳ କିପ୍ୟାଡ୍ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ତେବେ ଏହି ଭିଡିଓ ଭାଇରାଲ ହେବାପରେ ମନ୍ଦିର କର୍ତ୍ତୃପକ୍ଷ ସେମାନଙ୍କୁ ଦାୟିତ୍ୱରୁ ତୁରନ୍ତ ଅବ୍ୟାହତି ଦେଇଥିବାବେଳେ ସେମାନଙ୍କର ନିଯୁକ୍ତିଦାତା କେଏସ୍‌ଏସ୍ ସିକ୍ୟୁରିଟୀ ସର୍ଭିସ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିଥିବା ମନ୍ଦିର ପ୍ରଶାସକ ସନ୍ଦୀପ ସୋନି ଜଣାଇଛନ୍ତି । ମହାକାଳେଶ୍ୱର ମନ୍ଦିରରେ ମୋଟ ୭୫ ଜଣ ସୁରକ୍ଷା କର୍ମୀ ତିନିଟି ସିଫ୍‌ଟରେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking