ଯାଜପୁର : ବଙ୍ଗୋପସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ସିଭିଆର ସାଇକ୍ଲୋନିକ ରୂପ ନେଇ ଅମ୍ପନ ଘନୀଭୂତ ହୋଇ ଉପ କୁଳ ଅଭିମୁଖେ ଗତିକରୁଥିବା ବେଳେ ଏହା ର ପ୍ରଭାବ ରେ ୧୯ ତାରିଖ ଠାରୁ ଜିଲ୍ଲା ରେ ବର୍ଷା ସହ ପବନ ର ବେଗ ବଡିବାର ର ଆଶଙ୍କା ଥିବାରୁ ସମସ୍ତ ଜଣସାଧାରଣ ସତର୍କ ରହିବା କୁ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି !
ସୋମବାର ପୂର୍ବାହ୍ନରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମ୍ଭାଵ୍ୟ ବାତ୍ୟା ସଂପର୍କ ରେ ଆଲୋଚନା କରିଥିଲେ !ଜିଲ୍ଲାପାଳ ଶ୍ରୀ ଦାସ କରୋନା ପାଇଁ ବ୍ୟସ୍ତ ଥିବା ଜିଲ୍ଲା ପ୍ରଶାସନ ପାଇଁ ଅମ୍ପନ ବାତ୍ୟା ଏକ ବିରାଟ ଚାଲେଞ୍ଜ ସଦୃଶ୍ୟ !ତେବେ ଆମର ପୂର୍ବ ପ୍ରସ୍ତୁତି ଅତୀତ ର ଅଭିଜ୍ଞତା ଓ ଟିମୱାର୍କ ଆମକୁ ନିଶ୍ଚିତ ସହାୟତା କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ !ବିଶେଷ କରି ସମସ୍ତ ବରିଷ୍ଠ ଅଧିକାରୀ ମାନେ ଏକାଧିକ ବାର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ କୁ ପରିଦର୍ଶନ ସହ ସ୍ଥିତି ର ଅନୁଧ୍ୟାନ କରିଛନ୍ତି !ଦାୟିତ୍ୱ ରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ପରାମର୍ଶ ମାନ ନେଇ ଥିବାରୁ ଏହା ଫଳ ପ୍ରଦ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ! ଅତିରିକ୍ତ ଜିଲ୍ଲା ପାଳ ରାଜସ୍ବ ଙ୍କୁ ଦାନଗଦିଓ ସୁକିନ୍ଦା ବ୍ଲକ ର ଦାୟିତ୍ୱ ଦିଆଯାଇ ଥିବା ବେଳେ ଯାଜପୁର ଅତିରିକ୍ତ ଜିଲ୍ଲା ପାଳ ଙ୍କୁ ଯାଜପୁର ଓ ଦଶରଥପୁର ବ୍ଲକ ସହ ଯାଜପୁର ପୌରାଞ୍ଚଳ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ପାଳ ଙ୍କୁ କୋରାଇ ରସୁଲପୁର ବ୍ଲକ ସହ ବ୍ୟାସନଗର ପୋୖରା ଅଂଚଳ, ପ୍ରକଳ୍ପ ନିର୍ଦେଶକ ଙ୍କୁ ବଡ଼ଚଣା, ଧର୍ମଶାଳାଏବଂ ଉପ ଜିଲ୍ଲା ପାଳ ଯାଜପୁର ଙ୍କୁ ବରୀ ଓ ବିଂଝାରପୁର ବ୍ଲକ ର ତଦାରଖ ଦାଇତ୍ୱ ଯାଇଛି !
ଜିଲ୍ଲା ରେ ଥିବା 26 ବାତ୍ୟା ଆଶ୍ରୟ ସ୍ଥଳ ମଧ୍ୟରୁ ୬ ଗୋଟି ରେ ଟିଏମ ସି କରାଯାଇ ଥିବା ବେଳେ ଅନ୍ୟ ୨0 ଗୋଟି ପ୍ରସ୍ତୁତି ସାରିଛି ୧୧ ଗୋଟି ଅଗ୍ନି ସମ ବିଭାଗ ର ୟୁନିଟ ପ୍ରସ୍ତୁତ ଚାଲି ଥିବାବେଳେ ସମସ୍ତ ଆଶ୍ରୟ ସ୍ଥଳ ର ଯନ୍ତ୍ର ପତି କୁ ଅନୁଧ୍ୟାନ କରି କାର୍ଯ୍ୟ କ୍ଷମ ରଖାଯାଇଛି !ଦୁଇ ଟି ସାଟେଲାଇଟ ଫୋନ ମାଧ୍ୟମରେ ଯୋଗାଯୋଗ ତ୍ୱରାନ୍ୱିତ କରାଯିବାର ବ୍ୟବସ୍ଥା କରାଯାଇଛି !ଓଡ୍ରାଫ୍ଟ ଏନ ଡ଼ି ଆର ଏଫ ଗୋଟେ ଗୋଟେ ଟିମ ଜିଲ୍ଲା ରେ ପାଦଥାପି ସାରିଲାଣି ଓ ବାତ୍ୟା ଅମ୍ପନ କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି !ଟି ଏମ ସି ହୋଇ ନଥିବା ପ୍ରତେକ ସ୍କୁଲ ଓ ରାଜୀବ କେନ୍ଦ୍ର କୁ ଆବଶ୍ୟକ ସ୍ଥଳେ ଆଶ୍ରୟ ସ୍ଥଳ ଭାବେ ପ୍ରସ୍ତୁତ ରଖାଯାଇଛି !ସମ୍ପୃକ୍ତ କେନ୍ଦ୍ର ମାନଙ୍କ ରେ ସୁପର ଭାଇଜର ଅଫିସ ମାନଂକୁ ଦାଇତ୍ୱ ଦିଆଯିବ ସହ ସ୍କୁଲ ଗୁଡିକ ଖୋଲିବା ପାଇଁ ସଂପୃକ୍ତ ଶିକ୍ଷକ ମାନଂକୁ ନିର୍ଦେଶ ଦିଆ ଯାଇଛି ଜିଲ୍ଲା ସ୍ତର ରୁ ଆରଂଭ କରି ବ୍ଲକ ସ୍ଥର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ 24ଘଣ୍ଟିଆ ଖୋଲା ରହିବ ସହ ବନ୍ୟା ନିୟଂତ୍ରଣ କକ୍ଷ ଖୋଲା ଯାଇଛି !
ସେହିପରି ମେଡିକାଲ ଓ ବିଜୁଳି ବିଭାଗ ଓ ଜରୁରୀ କାଳୀନ ବିଭାଗ ଗୁଡିକ ମଧ୍ଯ ଅନୁକପ ବ୍ୟବସ୍ଥା କରିଛନ୍ତି !ଜିଲ୍ଲା କାର୍ଯ୍ୟଳୟ ର କଂଟ୍ରୋଲ ରୁମ ନଂ 06728222648 ରହିଥିବା ବେଳେ ଟୋଲ ଫ୍ରି ନମ୍ବର ରହିଛି !ଖାଲୁଆ ଓ ଚାଲ ଘର ରହୁ ଥିବା ବ୍ୟକ୍ତି ପବନ ବହିବା ଆରଂଭ ହେବା ସଙ୍ଗେ ଯଥା ଶୀଘ୍ର ବାତ୍ୟା କେନ୍ଦ୍ର ଆଶ୍ରୟ ସ୍ଥଳ ରେ ରହିବା କୁ ଜିଲ୍ଲା ପାଳ ଅନୁରୋଧ କରିଛନ୍ତି !ତେବେ ଅନେକ ସମୟ ରେ ବାତ୍ୟା କମିଯିବା ପରେ ଲୋକମାନେ ବାହାର ଆସିଯାନ୍ତି କିନ୍ତୁ କିଛି ସମୟ ପରେ ପୁନଚ୍ଛ ବର୍ଷା ସହ ପବନ ହୋଇ ଧନ ଜୀବନ ହାନି ହୁଏ !ତେଣୁ ସମ୍ପୂର୍ଣ ଭାବେ ବର୍ଷା ପାଣି ପବନ ଛାଡିବା ପରେ ହିଁ ନିରାପଦ ଆଶ୍ରୟ ସ୍ଥଳ କୁ ବାହାରକୁ ବାହାରିବା ପାଇଁ ଜିଲ୍ଲା ପାଳ ଶ୍ରୀ ଦାସ ଜନସାଧାରଣ ମାନଂକୁ ଅନୁରୋଧ କରିଛନ୍ତି !ଅପର ପକ୍ଷ ରେ ଅଯଥା ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ ପୂର୍ବକ ପରିସ୍ଥିତି ଉପରେ ଦୃଷ୍ଟି ଦେବା ସହ ଜିଲ୍ଲା ପାଳ ପରାମର୍ଶ ଦେଇଛନ୍ତି !ଯଦିଓ ବିପର୍ଯୟ ସମୟ ତଥାପି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା କୁ ଆପଣାଇ କୁ ଶ୍ରୀ ଦାସ ନିବେଦନ କରିଛନ୍ତି ଆମ ଜିଲ୍ଲା ସୁସ୍ଥ ଜିଲ୍ଲା ଓ ସୁରକ୍ଷିତ ଜିଲ୍ଲା ହେଉ !
-ରିପୋର୍ଟ ଅଭିମନ୍ୟୁ ମିଶ୍ର