31.1 C
Bhubaneswar
Sunday, May 19, 2024
Homeଓଡିଶାବଢି ବଢି ଚାଲିଛି ସାଇବର ଠକେଇ ମାମଲା

ବଢି ବଢି ଚାଲିଛି ସାଇବର ଠକେଇ ମାମଲା

ଭୁବନେଶ୍ୱର : ଓଡ଼ିଶାରେ ସାଇବର ଅପରାଧ ବଢ଼ିବା ସହ ଦୈନିକ ସାଇବର ଠକେଇର ଶିକାର ହେଉଛନ୍ତି ସାଧାରଣ ଜନତା । ପୁଲିସ ପକ୍ଷରୁ ଲୋକଙ୍କୁ ଯେତେ ସଚେତନ କରାଗଲେ ମଧ୍ୟ ସାଇବର ଅପରାଧୀ ଦିନକୁ ଦିନ ନୂଆ ନୂଆ ଉପାୟରେ ଠକିବାରେ ଲାଗିଛନ୍ତି। ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତ ତଥା ମାମଲା ପରିଚାଳନା ପାଇଁ ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ରାଉରକେଲା, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବ୍ରହ୍ମପୁର, କନ୍ଧମାଳ ଓ କୋରାପୁଟରେ ସାଇବର ଥାନା ଖୋଲାଯାଇଛି।

ଏହି ୧୪ଟି ସ୍ବତନ୍ତ୍ର ଥାନା ବ୍ୟତୀତ ରାଜ୍ୟର ସମସ୍ତ ଥାନାକୁ ସାଇବର ଅପରାଧର ପଞ୍ଜୀକରଣ ଓ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ବିଭିନ୍ନ ଥାନାରେ ସାଇବର ସହାୟତା କକ୍ଷ ଖୋଲାଯାଇଛି ଏବଂ ଠକେଇର ଶିକାର ହେଉଥିବା ଲୋକେ ୧୯୩୦ ନମ୍ବରରେ ଫୋନ୍‍ କରି ପୁଲିସ ସହାୟତା ନେବାର ବ୍ୟବସ୍ଥା ଅଛି। ରାଜ୍ୟରେ ଗତବର୍ଷ ୧୯୮୩ଟି ସାଇବର ଅପରାଧ ମାମଲା ରୁଜୁ କରାଯାଇ ୪୪୧ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପୁଲିସ ଠକଙ୍କଠାରୁ ପ୍ରାୟ ୨କୋଟି ଟଙ୍କା ଆଦାୟ କରି ଠକାମିର ଶିକାର ହୋଇଥିବା ଲୋକଙ୍କ ଜମାଖାତାକୁ ଫେରିଛି। ମାତ୍ର ସାଇବର ଠକେଇ ମାମଲାେର ଗିରଫ ସଂଖ୍ୟା ଆଖିଦୃଶିଆ େହଉ ନ ଥିବାବେଳେ ଦଣ୍ଡବିଧାନ ହାର ନ େହବା ସଦୃଶ।

୨୦୨୨ ଅଗଷ୍ଟ ମାସରେ ପ୍ରକାଶ ପାଇଥିବା ଜାତୀୟ କ୍ରାଇମ େରକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ୨୦୨୦ ଶେଷ ସୁଦ୍ଧା ଓଡ଼ିଶାରେ ୧୦୪୯ଟି ସାଇବର ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୧ ବର୍ଷରେ ୩୧୩ଟି ମାମଲାର ବିଚାର ହୋଇନାହିଁ। ୨୦୨୧ ବର୍ଷ ବେଳକୁ ରାଜ୍ୟରେ ୧୩୬୨ଟି ସାଇବର ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଉକ୍ତ ବର୍ଷରେ ମାତ୍ର ଦୁଇଟି ମାମଲା ଫଇସଲା ହୋଇଥିଲା ଏବଂ ଦୁଇଟିଯାକରେ ଅଭିଯୁକ୍ତମାନେ ନିର୍ଦୋଷରେ ଖଲାସ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking