18.1 C
Bhubaneswar
Tuesday, November 19, 2024
Homeଓଡିଶାପୁଜା ପୂର୍ବରୁ କଟକ ଅଶାନ୍ତ

ପୁଜା ପୂର୍ବରୁ କଟକ ଅଶାନ୍ତ

କଟକ: ସବୁବର୍ଷ ପରି ଏଥର ମଧ୍ୟ ଶାରଦୀୟ ପୂଜା ପୂର୍ବରୁ କଟକରେ ଅପରାଧୀମାନ ସକ୍ରିୟ ହୋଇଉଠିଛନ୍ତି । ସୋମବାର ଦିନ ଦିପ୍ରହରରେ ଜଗତପୁର ଅଞ୍ଚଳରେ ଗୁଳିଫୁଟାଇ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା ବେଳେ ମଙ୍ଗଳବାର ବନ୍ଧୁକ କାରବାରରେ ସଂପୃକ୍ତ ୪ ଜଣଙ୍କୁ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଗିରଫମାନଙ୍କ ମଧ୍ୟରେ ଜଣେ ଆଲବମ୍ ନିର୍ଦ୍ଦେଶକ ଅଛନ୍ତି । ଏହି ଚୋରା ବନ୍ଧୁକ ବେପାରୀଙ୍କ ନିକଟରୁ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଝିଙ୍କିରିଆର ନବ ଓରଫ ଜ୍ଞାନରଞ୍ଜନ ସାହୁ (୪୦), ଶଙ୍କରପୁର ଡିହସାହିର ପପୁ ଓରଫ ପ୍ରକାଶ ରାଉତ (୩୫), ବାଲିସାହିର ଜିତୁ ଓରଫ ପ୍ରମୋଦ କୁମାର ରାଉତ(୪୩) ଓ ଗତିରାଉତପାଟଣାର ସୁଶାନ୍ତ ପରିଡ଼ା (୪୯) । ଏମାନଙ୍କଠାରୁ ଗୋଟିଏ ୯ଏମ୍‌ଏମ୍ ପିସ୍ତଲ, ୭.୬୫ପିସ୍ତଲ, ଗୋଟିଏ ସିକ୍ସର ରିଭଲଭର୍ ଓ ୧୬ ଅଫୁଟା ଗୁଳି ଜବତ ହୋଇଛି ।

ଅଭିଯୁକ୍ତ ଜ୍ଞାନ, ପ୍ରକାଶ ଓ ସୁଶାନ୍ତ ନାଁରେ ପୁରୀଘାଟ, ମଙ୍ଗଳାବାଗ, ଚାଉଳିଆଗଞ୍ଜ, ତିର୍ତ୍ତୋଲ, ବାଦାମବାଡ଼ି, କଟକ ମହିଳା ଥାନାରେ ୧୪ଟି ମାମଲା ରହିଛି ବୋଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ବେଳେ ନବ ଏକ ବନ୍ଧୁକ ନେଇ ଝାଞ୍ଜିରିମଙ୍ଗଳା ଗଡ଼ା ଦେଇ ଯାଉଥିବାର ଖବର ପାଇ ବାଦାମବାଡ଼ି ପୁଲିସ ଅତର୍କିତ ଭାବେ ସେଠାରେ ପହଞ୍ôଚ ତାକୁ ଧରିଥିଲା । ତଲାସି ନେବାରୁ ତା’ନିକଟରୁ ଦୁଇଟି ଗୁଳି ଲୋଡ୍ ଥିବା ଗୋଟିଏ ୭.୬୫ ପିସ୍ତଲ ଜବତ ହୋଇଥିଲା । ପୁଲିସ ନବକୁୁ ଥାନାକୁ ଆଣି ଜେରା କରିବାରୁ ଏହି କାରବାରରେ ଜିତୁ ସଂପୃକ୍ତ ଥିବା କହିଥିଲା । ଏହାପରେ ପୁଲିସ ପ୍ରକାଶ ଓ ପ୍ରମୋଦ ଘରେ ଚଢ଼ଉ କରି ସେଠାରୁୁ ୯ଏମ୍‌ଏମ୍‌ର ୪ଟି, ୭.୬୫ ଏମ୍‌ଏମ୍‌ର ୪, ୩୮ ଏମ୍‌ଏମ୍‌ର ଗୋଟିଏ ଅଫୁଟା ଗୁଳି ଜବତ କରିଥିଲା ।

ଏମାନେ ଅନୁଗୁଳ ତାଳଚେରର ଟୁକୁନା ସ୍ୱାଇଁ ଠାରୁ ବନ୍ଧୁକ ଆଣି ବିକ୍ରି କରୁଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ଏହାପରେ ପୁଲିସ ଅନ୍ୟ ଜଣେ ବନ୍ଧୁକ ବେପାରୀ ସୁଶାନ୍ତକୁ ଗିରଫ କରିଥିଲା । ପ୍ରମୋଦ ଠାରୁ ଗୋଟିଏ ସିକ୍ସର ରିଭରଭଲ ସହିତ ୨ଟି ଅଫୁଟା ଗୁଳି ,ସୁଶାନ୍ତ ଠାରୁ ଗୋଟିଏ ଦେଶୀ ୯ଏମ୍‌ଏମ୍ ବନ୍ଧୁକ ସହିତ ୨ଟି ଅଫୁଟା ଗୁଳି ଜବତ କରିଛି ପୁଲିସ । ଦୀର୍ଘଦିନ ଧରି ଏମାନେ ବନ୍ଧୁକ, ଗୁଳି କାରବାର ଚଳାଇଥିଲେ । କଟକ ସମେତ ଆଖପାଖ ଜିଲ୍ଲାର ଅପରାଧୀଙ୍କୁ ମାରଣାସ୍ତ୍ର ଯୋଗାଉଥିଲେ । ଟୁକୁନା ସ୍ୱାଇଁଠାରୁ ଏସବୁ ଆଣୁଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି । ଅଧିକ ଅର୍ଥ ରୋଜଗାର ପାଇଁ ଏମାନେ ବନ୍ଧୁକ ବ୍ୟବସାୟ କରୁଥିଲେ । ଏଥିସହିତ ଗିରଫ ଅଭିଯୁକ୍ତ ଭୟଭୀତ କରାଇ ଦାଦାବଟି, ଠିକାଦାର, ବାଲିଘାଟ ବ୍ୟବସୀଙ୍କୁ ଦାଦାବଟି ଆଦାୟ କରୁଥିଲେ ବୋଲି କଟକ ଡିସିପି ଶ୍ରୀ ସିଂ ସୂଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking