27.1 C
Bhubaneswar
Monday, November 18, 2024
Homeଓଡିଶାକଟକ ବ୍ୟାଙ୍କ ଅଫ ବରୋଦାରେ ୭ ସଂକ୍ରମିତ ଚିହ୍ନଟ : ସିଲ କଲା ସିଏମସି

କଟକ ବ୍ୟାଙ୍କ ଅଫ ବରୋଦାରେ ୭ ସଂକ୍ରମିତ ଚିହ୍ନଟ : ସିଲ କଲା ସିଏମସି

କଟକ: : କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ବକ୍ସିବଜାରସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାରେ ୨୭ ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଦିନ ମଧ୍ୟରେ ୭ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ଅଧିକ ହେବା ଆଶଙ୍କାରେ ଆଜି ସିଏମସି ପକ୍ଷରୁ ଉକ୍ତ ବ୍ୟାଙ୍କକୁ ସିଲ କରିଦିଆଯାଇଛି । ସିଏମସି କର୍ତ୍ତୃପକ୍ଷ ବ୍ୟାଙ୍କକୁ କିଛିଦିନ ପାଇଁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଅନ୍ୟ କର୍ମଚାରୀ ଓ ସେମାନଙ୍କ କରୋନା ନମୁନା ପରୀକ୍ଷା କରାଯିବା ପାଇଁ ନିଗମ ନିଷ୍ପତ୍ତି ନେଇଛନ୍ତି । ସିଏମସି କୋଭିଡ଼୍ ନିୟନ୍ତ୍ରଣ କକ୍ଷ ମୁଖ୍ୟ ଡାକ୍ତର ସ୍ମୃତିରଞ୍ଜନ ସାମଲ କରୋନା ପରୀକ୍ଷା ଦାୟିତ୍ୱ ନିର୍ବାହ କରିବେ । ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରଖିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସହରରେ କରୋନା ବଢ଼ିବା ପରେ ଚିନ୍ତା ପ୍ରକଟ କରାଯାଇଛି । ବଜାରରେ ପ୍ରବଳ ଭିଡ଼ ହେବା ସହିତ ଅଧିକାଂଶ ବ୍ୟବସାୟୀ କରୋନା କଟକଣାକୁ ପାଳନ କରୁନାହାନ୍ତି । ସେହିଭଳି ଲୋକେ ମାସ୍କ ପରିଧାନ, ସାମାଜିକ ଦୂରତା ଅନୁପାଳନ ନକରିବା ଯୋଗୁଁ  ନଥିବାରୁ ଏହି ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking