20.3 C
Bhubaneswar
Monday, January 6, 2025
Homeଅପରାଧନିର୍ଦ୍ଦୟ ମାଆ ! ନିଜ ହାତରେ ଶିଶୁର ନେଲା ଜୀବନ

ନିର୍ଦ୍ଦୟ ମାଆ ! ନିଜ ହାତରେ ଶିଶୁର ନେଲା ଜୀବନ

କେନ୍ଦ୍ରାପଡା: ନିର୍ଦ୍ଦୟ ମାଆ । ନିଜ ହାତରେ ଅନ୍ତଫାଡି ଜନ୍ମ ଦେଇଥିବା ଶିଶୁର ନେଲା ଜୀବନ । ମାସକର ଶିଶୁକନ୍ୟାକୁ ହତ୍ୟା କଲା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଦୀନାଳ ଘେରା ପଦନୀପାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ରଶ୍ମିତା ମହାନ୍ତି ନାମକ ମହିଳା ନିଜର ମାସକର ଶିଶୁକନ୍ୟାକୁ ହତ୍ୟା କରିଥିବା ତାଙ୍କ ଶାଶୁ ଶ୍ୱଶୁର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ମହିଳାଙ୍କ ଶାଶୁ ଅଭିଯୋଗ କରିଛନ୍ତି ଯେ, ସୋମବାର ରାତିରେ ବୋହୂ ରଶ୍ମିତା ୩ ବର୍ଷର ନାତି ଓ ମାସକର ନାତୁଣୀକୁ ନେଇ ଶୋଇଥିଲେ । ହେଲେ ପରଦିନ ସକାଳୁ ନାତୁଣୀ ନାକରୁ ରକ୍ତ ବାହାରୁଥିବା ସେ ଦେଖିଥିଲେ ।

ଏହାପରେ ସଙ୍ଗେ ସଙ୍ଗେ ପାଖ ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ବୋହୂ ହିଁ ନିଜ ମାସକର ଝିଅକୁ ହତ୍ୟା କରିଛି ବୋଲି ଶାଶୁ ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଳି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ରଶ୍ମିତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଶ୍ୱଶୁର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରଶ୍ମିତା ସବୁବେଳେ ଘରେ ପାଟିତୁଣ୍ଡ କରୁଥିଲେ ।

ଏମିତିକି ସେ ନିଜ ସ୍ୱାମୀଙ୍କ ମଧ୍ୟ ଆକ୍ରମଣ କରିଥିଲେ । ଶିଶୁକନ୍ୟାଟି କାନ୍ଦିଲେ ରାଗ ତମତମ ହୋଇ ତାକୁ ମାଡ଼ ଦେଉଥିଲେ । ପୂର୍ବରୁ ଅନେକ ଥର ବୋହୂ ଏମିତି ମାଡ ମାରିଛି । ତେଣୁ ସେ ହିଁ ନିଜ ହାତରେ ଝିଅକୁ ହତ୍ୟା କରିଥିବା ଶ୍ୱଶୁର ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରଶ୍ମିତାଙ୍କ ସ୍ୱାମୀ ଅମୀୟ ଜଣେ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରନ୍ତି । ମାତ୍ର ଦୁଇଦିନ ତଳେ ସେ ରୋଜଗାର ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇଥିଲେ । ଏହାରି ଭିତରେ ତାଙ୍କର ମାସକର ଝିଅକୁ ସ୍ତ୍ରୀ ହତ୍ୟା କରିଥିବା ବାପାମାଆ ଅଭିଯୋଗ କରିଛନ୍ତି । ଗତ ମେ’ ତାରିଖରେ ପିଲାଟିର ଜନ୍ମ ହୋଇଥିଲା । ଘର ଲୋକେ ତା’ ନାମ ତ୍ରିଶାଖା ରଖିଥିଲେ । ତେବେ ଜନ୍ମକଲା ମାଆ କେମିତି ଏତେ ନିଷ୍ଠୁର ହୋଇପାରିଲା ସେନେଇ ଚର୍ଚ୍ଚା ହେଉଥିବା ବେଳେ ମହିଳାଙ୍କ ମାନସିକ ଅବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking