ନୂଆପଡ଼ା: ନିଜର ଏକେ ୪୭ ବନ୍ଧୁକରେ ନିଜକୁ ଗୁଳିକରି ଜଣେ ସିଆରପିଏଫ ଯବାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ଯବାନଙ୍କ ନାମ ରାମ ପ୍ରତାପ (୪୯)। ସେ ହରିଆଣାର ବାସିନ୍ଦା। ସେ ନୂଆପଡା କୋମନା ବ୍ଲକ ବରକୋଟ ୨୧୬ ସିଆରପିଏଫର ବେଟାଲିୟନ ହାବିଲଦାର ଭାବେ କାମ କରୁଥିଲେ। କୋମନା ସିଏଚସି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।