31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗର୍ଭବତୀଙ୍କୁ ଶିକାର କରୁଛି କରୋନା, ଲକ୍ଷଣ ଦେଖା ନଗଲେ ବି ହୋଇଛନ୍ତି ଆକ୍ରାନ୍ତ

ଗର୍ଭବତୀଙ୍କୁ ଶିକାର କରୁଛି କରୋନା, ଲକ୍ଷଣ ଦେଖା ନଗଲେ ବି ହୋଇଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ : କରୋନା ମହାମାରୀ ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଚିନ୍ତାର କାରଣ ପାଲଟିଛି । ୨ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ଆସୁଥିବା ବେଳେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଛି । କରୋନା ମହାମାରୀ ଏବେ ଗର୍ଭବତୀଙ୍କଠାରେ ଅଧିକ ବ୍ୟାପିବାରେ ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ, ଗତ ୭ ଦିନ ମଧ୍ୟରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ମେଡିକାଲରେ ୩୦ ଗର୍ଭବତୀ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି ସମସ୍ତ ମହିଳା ପ୍ରସବ ପାଇଁ ମେଡିକାଲ ଆସିଥିାଲେ । କିନ୍ତୁ କରୋନା ଟେଷ୍ଟ ପରେ ସମସ୍ତଙ୍କ ରିପୋର୍ଟ କରୋନା ପଜିଟିଭ୍ ବାହାରିଥିଲା । ସେମାନଙ୍କ ମଧ୍ୟରୁ କାହା ପାଖରେ ବି କରୋନା ଲକ୍ଷଣ ନଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କଠାରେ ରକ୍ତର ଅଭାବ ଦେଖିବାକୁ ମିଳିଛି । କିନ୍ତୁ ଅନ୍ୟ କୌଣସି ଗୁରୁତର ଭାବେ ପୀଡ଼ିତ ନାହାନ୍ତି । ଏହା ସହ ସେମାନଙ୍କ ପିଲାମାନେ ବି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking